Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଏନଏସି ମାନ୍ୟତା : ଆନ୍ଦୋଳନ ପାଇଁ ଚେତାବନୀ ଦେଲାଣି ବୋରିଗୁମ୍ମା କ୍ରିୟାନୁଷ୍ଠାନ କମିଟି

4/09/2019 at 6:06 PM

ବୋରିଗୁମ୍ମା ୪।୯ :  ସବୁ ସର୍ତ୍ତ ପୂରଣ କରିବା ସତ୍ତ୍ବେ ଦିନ ଗଡୁଛି  । ରାଜ୍ୟର ବୃହତ୍ତମ ପଂଚାୟତ ବୋରିଗୁମ୍ମା ଆଜି ପର୍ଯ୍ୟନ୍ତ ଏନ୍.ଏ.ସି ର ମାନ୍ୟତା ପାଇ ପାରିଲାନି । ଗତ ବର୍ଷ ରାଜ୍ୟ ସରକାର ୧୪ଟି  ନୂଆ ଏନ୍.ଏ.ସି ରାଜ୍ୟରେ ଗଠନ କରିବା ପାଇଁ ଘୋଷଣା କରିଥିଲେ ବି ବୋରିଗୁମ୍ମା ଏଥିରେ ସ୍ଥାନ ପାଇନଥିଲା । ଫଳରେ ଦଳ ଗତ ନିର୍ବିଶେଷରେ ସମସ୍ତେ ଆନ୍ଦୋଳକୁ ଓହ୍ଲାଇଥିଲେ । ଆଉ ଆନ୍ଦୋଳନ ପରେ ରାଜ୍ୟ ସରକାର ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ନେଇ ଚୁପଚାପ୍ ହୋଇ ବସି ପଡିଛନ୍ତି । ତେଣୁ ଏବେ ପୁଣିଥରେ ଆନ୍ଦୋଳନ ପାଇଁ ଚେତାବନୀ ଦେଲାଣି ବୋରିଗୁମ୍ମା କ୍ରିୟାନୁଷ୍ଠାନ କମିଟି ।

କେବେ ଏନ୍.ଏ.ସି ମାନ୍ୟତା ପାଇବ ରାଜ୍ୟର ସବୁଠାରୁ ବଡ ପଂଚାୟତ ବୋରିଗୁମ୍ମା ? ରାଜ୍ୟ ସରକାର ଯେତିକି ଦିନ ଗଡାଇ ଚାଲିଛନ୍ତି ଏହାକୁ ନେଇ ସ୍ଥାନୀୟ ଅଂଚଳରେ ସେତିକି ଅସନ୍ତୋଷ ବଢିବାରେ ଲାଗିଛି । ପୁଣି ଥରେ ମିଳିତ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲାଣି ।  ପଞ୍ଚାୟତର ଜନସଂଖ୍ୟା ୨୦ ହଜାର ଟପିଲାଣି। ପଂଚାୟତର ବୋରିଗୁମ୍ମା,ପୁରୁଣା ବୋରିଗୁମ୍ମା,ଦୁଲାଗୁଡା,ଖୁଡିଗୁଡା ଓ ଝିଲିମିଲି ଏପରି ୫ଟି ରାଜସ୍ବ ଗ୍ରାମକୁ ନେଇ ନୂଆ ଏନ୍.ଏ.ସି ଗଠନ କରିବାକୁ ରାଜ୍ୟ ସରକାରଙ୍କ ପାଖକୁ ପ୍ରସ୍ତାବ ଯାଇଛି । ହେଲେ ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ନାହିଁ । ପ୍ରତିବାଦରେ ଗତ ବର୍ଷ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଆନ୍ଦୋଳନକୁ ଓହ୍ଲାଇବା ସହ ବୋରିଗୁମ୍ମା ବନ୍ଦ କରିଥିଲେ।ଆଉ ଏହା ପରେ ରାଜ୍ୟ ସରକାର ଏ ନେଇ କୋରାପୁଟ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ମାଗିଥିଲେ।ତେବେ ଜିଲ୍ଲାପାଳ ରିପୋର୍ଟ  ପଠାଇବା ପରେ ଫଳ ଘର ଶୂନ ।  

ବୋରିଗୁମ୍ମା ଏନ୍.ଏ.ସି ପାଇଁ ସବୁ ମାନ୍ୟତା ପୂରଣ କରୁଛି । ହେଲେ ସରକାର ଏହାକୁ ଗୁରୁତର ସହ ନେଉନଥିବା ଅଭିଯୋଗ ହୋଇଛି । ତେବେ ଯେଉଁ ସବୁ ରାଜସ୍ବ ଗ୍ରାମ ଏହି ପ୍ରସ୍ତାବିତ ଏନ୍.ଏ.ସିରେ ସାମିଲ ହେବ ସେଠାରେ ଗ୍ରାମସଭା ହୋଇ ନାହିଁ ।ତେଣୁ ଗ୍ରାମସଭା ନେଇ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ । ସେପଟେ ମନ୍ତ୍ରୀ ବଦଳିବା ପରେ ରାଜ୍ୟ ସରକାରଙ୍କ ମତିଗତି ବଦଳି ଯାଉଛି ବୋଲି କହିଛନ୍ତି ଜୟପୁର ବିଧାୟକ ।

ନିର୍ବାଚନ ପୂର୍ବରୁ ନେତାଏ ଭୋଟ ପାଇଁ ଏ ପ୍ରସଙ୍ଗ ନେଇ ଆନ୍ଦୋଳନକୁ ଓହ୍ଲାଉଛନ୍ତି ଆଉ ନିର୍ବାଚନ ପରେ ଲୋକ ଜଳକା ସାଜୁଛନ୍ତି।ତେଣୁ ଏଥର ଆଉ ନେତାଙ୍କୁ ଭରସା ନକରି  ଆରପାର ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋରିଗୁମ୍ମାବାସୀ।

   Related Posts