Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ

10/05/2021 at 4:15 PM

ବଲାଙ୍ଗିର/ପାଟଣାଗଡ ୧୦।୫: କରୋନା ଭଳି ମହାମାରୀ ସମୟରେ ବି ରୋଗୀଙ୍କୁ ଛାଡିଲେନାହିଁ । ମୋଟା ଅଙ୍କର ଦରମା ପାଉଥିବା ସତ୍ତ୍ବେ କିଏ ମିଠା ଖର୍ଚ୍ଚ ତ ଆଉ କିଏ ଅନ୍ୟ ଆଳରେ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ଲାଞ୍ଚ ମାଗୁଥିଲେ । ଏନେଇ ପାଟଣାଗଡ ଉପଖଣ୍ଡ ହସ୍ପିଟାଲ ଏବଂ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ଦୁଇଟି ଭିଡ଼ିଓ ଭାଇରାଲ୍ ହେବା ପରେ ଆକ୍ସନ ମୁଡ୍ ରେ ସ୍ବାସ୍ଥ୍ୟ ବିଭାଗ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ସିଡିଏମିଓ ଡା. ଭୀମ ସାହୁ ଭିଡ଼ିଓ ରେ ଥିବା ଲାଞ୍ଚୁଆ ଅଧିକାରୀ ପାଟଣାଗଡ ଏସଡିଏମଓ ଡା, ବାଚସ୍ପତି ଦାସଙ୍କୁ ପ୍ରଥମେ ସୋ କଜ୍ ନୋଟିସ୍ ମାଗିବା ପରେ ତାଙ୍କୁ ଡେପୁଟେସନରେ ବଲାଙ୍ଗୀରକୁ ପଠାଇ ଦେଇଛନ୍ତି । ସେହିପରି ବିବିଏମସିଏଚର ସ୍ବାସ୍ଥ୍ୟ କର୍ମଚାରୀ ସଚିକାନ୍ତ ମିଶ୍ରଙ୍କୁ ସଙ୍ଗେ ସଙ୍ଗେ କାର୍ଯ୍ୟରୁ ସସପେଣ୍ଡ କରିଛନ୍ତି । ଏହାବାଦ ମଧ୍ୟ ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ସହ ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ଦୁଇଟି ଭିଡ଼ିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ବିବିଏମସିଏଚ ଅର୍ଥପେଡିକ ଓପିଡ଼ିରେ ସ୍ବାସ୍ଥ୍ୟ କର୍ମଚାରୀ ସଚିକାନ୍ତ ମିଶ୍ର ଜଣେ ଆହତଙ୍କୁ ଟଙ୍କା ମାଗିଥିଲେ । ସେହିପରି ଆଉ ଏକ ଭିଡ଼ିଓରେ ଏସଡିଏମଓ ଡ଼ା. ଦାସ ଜଣେ ପ୍ରସୂତୀଙ୍କଠାରୁ ଟଙ୍କା ଗ୍ରହଣ କଲା ପରେ କେତେ ଅଛି କହି ପଚାରୁଛନ୍ତି । ଏହାବାଦ ସିଧାସଳଖ ୨୦ ହଜାର ଦାବି କରିବା ସହ ଦିଦିମାନକୁ ଅଲଗା ଦେବାକୁ କହିଥିଲେ । ଏହି ଭିଡ଼ିଓ ଦୁଇଟି ଭାଇରାଲ୍ ହେବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

   Related Posts