Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଖବର ପ୍ରସାରଣ ପରେ ବଦଳିଲେ ମହିଳା ଫରେଷ୍ଟଗାର୍ଡ, ତଦନ୍ତ ଆରମ୍ଭ କଲେ ଏସିଏଫ୍‌

8/06/2021 at 6:00 PM

ପାଟଣା, ୦୮/୦୭: କିଛିଦିନ ତଳେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଗୋରାଣ୍ଡିଯୋଡି ବିଟର ଫରେଷ୍ଟଗାର୍ଡ ରୂପଶ୍ରୀ ସାହୁଙ୍କ ନାମରେ ଗୁରୁତର ଅଭିଯୋଗ ଆସିଥିଲା । ଜବତ କାଠକୁ ଆତ୍ମସାତ କରିବା ନେଇ ଏକ ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଥିଲା । ପରେ ଏହି ଘଟଣାର ତଦନ୍ତ ପାଇଁ କେନ୍ଦୁଝର ଡିଏଫଓ ସ୍ୱୟଂ ମଲ୍ଲିକ ତଦନ୍ତ ପାଇଁ ପାଟଣା ରେଞ୍ଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସୋମବାର ସମ୍ପୃକ୍ତ ଫରେଷ୍ଟଗାର୍ଡଙ୍କୁ ତେଲକୋଇକୁ ବଦଳି କରାଯାଇଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି । ଅନ୍ୟପଟେ ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏସିଏଫ ଘନଶ୍ୟାମ ମହାନ୍ତ ସାହାରପଡା ବନ କାର୍ଯ୍ୟାଳୟ କୁ ଆସି ତଦନ୍ତ କରିଛନ୍ତି । ତଦନ୍ତ ପରେ ଗଣମାଧ୍ୟମକୁ ସମସ୍ତ ସୂଚନା ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟ ପଟେ ସାହାରପଡା ବାସୀ ରୂପଶ୍ରୀଙ୍କ  ବଦଳିକୁ ନାପସନ୍ଦ କରିବା ସହ କାଠ ଚୋରି ଅଭିଯୋଗରେ ଗିରଫ କରିବାକୁ ଦାବି କରିଛନ୍ତି ।

   Related Posts