ପାକିସ୍ତାନ ବିରୋଧରେ ହୋଇପାରେ ବଡ କାର୍ଯ୍ୟାନୁଷ୍ଠାନ : ସଂକେତ ଦେଲେ ଗୃହମନ୍ତ୍ରୀ ରାଜନାଥ ସିଂ

Published By : Prameya-News7 Bureau | September 29, 2018 IST

ମୁଜାଫରପୁର ୨୯/୯ : ପାକିସ୍ତାନ ବିରୋଧରେ ଭାରତ ବଡ ଧାରଣାର ପଦକ୍ଷେପ ନେଇପାରେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ସଂକେତ ଦେଇଛନ୍ତି | ତେବେ ସେ କୌଣସି କଥା ସିଧାସଳଖ କହିନାହାନ୍ତି | ଜାମ୍ମୁ କାଶ୍ମୀରରେ ବିଏସଏଫ ଯବାନଙ୍କୁ ଅପହରଣ ପ୍ରସଙ୍ଗରେ କଥାବାର୍ତ୍ତା ବେଳେ ରାଜନାଥ ଏହି ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ, ଆମର ବିଏସଏଫ ଯବାନ ସହ ଯେଉଁ ବର୍ବରତା ପାକିସ୍ତାନ ପ୍ରଦର୍ଶନ କରିଛନ୍ତି ତାହା ଅସହ୍ୟ | ଏ ସମ୍ପର୍କରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି | ଭାରତ ସରକାର ତାଙ୍କ କାମ ଆରମ୍ଭ କରିସାରିଲେଣି | ଅତି ଶୀଘ୍ର ଲୋକେ ଦେଖିବେ କଣ ହେଉଛି ବୋଲି ରାଜନାଥ କହିଛନ୍ତି | ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ପାକିସ୍ତାନ ସୀମା ମଧ୍ୟରେ ପ୍ରବେଶ କରି ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ କରିଥିଲା | ୪୦ ରୁ ଅଧିକ ଆତଙ୍କବାଦୀଙ୍କୁ ମାରିଥିଲା ଭାରତୀୟ ସେନା | ମୁଜାଫରନଗର ଶୁକ୍ରତୀର୍ଥ ଠାରେ ରାଜନାଥ ସିଂ ରାଷ୍ଟ୍ରୀୟ ସୈନିକ ସଂସ୍ଥାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ପାକିସ୍ତାନ ତାର ସଇତାନି କାରବାର ବନ୍ଦ କରୁନାହିଁ ବୋଲି ସୂଚାଇ ରାଜନାଥ ତାର ଉଦାହରଣ ଉପସ୍ଥାପନା କରିଥିଲେ | ପ୍ରଥମେ ଗୁଳି ଚଳାଇବା ପାଇଁ ଭାରତୀୟ ସୈନିକମାନଙ୍କୁ କୁହାଯାଇସାରିଛି | ତେବେ ସୀମା ସେପଟୁ ଯଦି ଗୁଳି ଚାଲିଲା ତାହେଲେ ଆମପଟୁ ଗୁଳି ବର୍ଷା ଆଉ ବନ୍ଦ ନ କରିବାକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.