Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବରଗଡରେ ଧାନ କିଣାରେ ଦୁର୍ନୀତି ଘଟଣା ; ତଦନ୍ତ ପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ

24/11/2018 at 10:49 AM

ବରଗଡ ୨୪|୧୧:   ବରଗଡ଼ ଜିଲ୍ଲାରେ ଧାନ କିଣାରେ ଫଲ୍ସ ଏଣ୍ଟ୍ରି ମାଧ୍ୟମରେ ଧାନ କିଣା ଦୁର୍ନୀତି ଘଟଣାର ତଦନ୍ତ ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ସ୍କୁଟର, ସ୍କୁଟି, କାର, ମୋଟର ସାଇକେଲରେ ବୁହା ହୋଇଥିଲା  ଏକାଥରକେ  ଟନ୍ ଟନ୍ ଧାନ । ମଣ୍ଡିକୁ ଚାଷୀର ଧାନ ନ ଯାଇ ଦଲାଲମାନଙ୍କ ଜରିଆରେ ଅଣ୍ଡର ରେଟ୍ ରେ ଚାଷୀଙ୍କ  ଧାନ କିଣି  ମିଲ୍ କୁ ଚାଲାଣ ପରେ ଫଲ୍ସ ଏଣ୍ଟ୍ରି କରାଯାଇଥିଲା । ଯାହାର ପ୍ରମାଣ ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ପୂର୍ବରୁ ୪ ଜଣ ସମବାୟ ସମିତି ସମ୍ପାଦକ, ୪ ଜଣ ମାର୍କେଟ୍ ଇନଚାର୍ଜ ନିଲମ୍ବିତ ହୋଇଥିଲେ । ଏହି ଦୁର୍ନୀତିରେ ସାମିଲ ଥିବା  ୪ ଜଣ ଡାଟା ଏଣ୍ଟ୍ରି ଅପରେଟର ଧାନ କିଣା ଅନିୟମିତତା ଅଭିଯୋଗରେ ବହିଷ୍କୃତ ହୋଇଛନ୍ତି । ୪ ଡାଟା ଏଣ୍ଟ୍ରି ଅପରେଟର ହେଲେ ସୁନୀଲ ପ୍ରଧାନ, ଝସକେତନ ସାହୁ, ସତ୍ୟବାନ ପ୍ରଧାନ ଓ ଯୁବରାଜ ପ୍ରଧାନ । ଏମାନଙ୍କୁ ସମବାୟ ବିଭାଗ ଡେପୁଟି ରେଜିଷ୍ଟ୍ରାର ତଦନ୍ତ ପରେ ବହିଷ୍କାର କରିଛନ୍ତି । ୨୦୧୭-୧୮ ରବି ଧାନ ସଂଗ୍ରହ ସମୟରେ ଧାନକିଣାରେ ଅନିୟମିତତା ଅଭିଯୋଗ ହୋଇଥିଲା । ସ୍କୁଟରରେ ଧାନ ବୁହାକୁ ନେଇ ସମଗ୍ର ରାଜ୍ୟରେ ରାଜନୀତି ସରଗରମ ହୋଇଥିଲା । ସରକାରଙ୍କୁ ବିଧାନସଭାରେ ଘେରିଥିଲେ ବିରୋଧୀ ।

   Related Posts