ଅପରାହ୍ନ ସାଢେ ୪ଟାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍, ଦେଇପାରନ୍ତି ଗୁରୁତ୍ୱପୂର୍ଣ୍ଣ ସୂଚନା

Published By : Prameya-News7 Bureau | May 06, 2021 IST

ଭୁବନେଶ୍ଵର, ୦୬/୦୫ :  ରାଜ୍ୟରେ କରୋନା ସଂକ୍ରମଣ ବଡିଚାଲିଛି । ଦୈନିକ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଛି। ଏହା ମଧ୍ୟରେ ଗୁରୁବାର କୋଭିଡ୍ ସ୍ଥିତି ନେଇ ଅପରାହ୍ନ ସାଢେ ୪ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ।

ରାଜ୍ୟବାସୀଙ୍କୁ ଟିକାକରଣ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବାର୍ତ୍ତା ଦେବେ ବୋଲି ସୂଚନା ମିଳିଛି। ଏହା ସହ ଲକଡାଉନ ସମୟରେ ଆଇନଶୃଙ୍ଖଳା ନେଇ ପୋଲିସ ଡିଜି କହିବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଟିକାର ଅଭାବ କାରଣରୁ ବହୁ ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି। ଏହି ମଧ୍ୟରେ ୧୮ ରୁ ୪୪ ବର୍ଷର ଲୋକମାନଙ୍କୁ ଟିକା ଦିଆଯାଉଛି। ଯୁବ ବର୍ଗଙ୍କ ମଧ୍ୟରେ ଟିକା ନେବା ପାଇଁ ଉତ୍ସହ ଥିବା ଦେଖିବାକୁ ମିଳୁଛି। ସେପଟେ ଟିକାକରଣ କେନ୍ଦ୍ର ଗୁଡିକରେ ଲୋକଙ୍କ ଭିଡ଼ ଜମୁଛି। ଅପର ପକ୍ଷରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି। ଏହି ସମୟରେ କଟକଣାକୁ କଡାକଡି ଭାବେ ପାଳନ ମଧ୍ୟ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.