Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଦ୍ବିତୀୟ ଡୋଜ୍‌କୁ ପ୍ରାଥମିକତା ଦିଆଯାଉଛି, ACS : କିଛି ଅମାନିଆ ମାନୁନାହାନ୍ତି କରୋନା ନିୟମ, ପୋଲିସ ଡିଜି

6/05/2021 at 5:57 PM

ଭୁବନେଶ୍ବର ୦୬/୦୫ : ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏବଂ ପୋଲିସ ଡିଜି ଅଭୟ । ରାଜ୍ୟରେ ଟିକାକରଣକୁ ନେଇ   ASC ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪୩.୫୫ ଲକ୍ଷ ପ୍ରଥମ ଡୋଜ୍ ନେଇସାରିଛନ୍ତି । ପ୍ରଥମ ଡୋଜ ଟିକା ନେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୨୩ ଲକ୍ଷ ୪୩ ହଜାର ଲୋକଙ୍କର ୨ୟ ଡୋଜ ନେବାର ସମୟ ହୋଇଗଲାଣି । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୯୬ ହଜାର ଲୋକଙ୍କୁ ଦ୍ବିତୀୟ ଡୋଜ ଦିଆଗଲାଣି । ରାଜ୍ୟର ୯୭ ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‌ ଏବଂ ୮୭ ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କୁ ଦ୍ବିତୀୟ ଡୋଜ୍‌ କରୋନା ଟିକା ଦିଆସରିଛି ।

ଟିକାକରଣକୁ ନେଇ ACS ପ୍ରଦୀପ୍ତ ମହାପାତ୍ର କହିଛନ୍ତି, କୋଭାକ୍ସିନ ଟିକା କେବଳ ଭୁବନେଶ୍ୱର ମହାନଗର ଅଞ୍ଚଳରେ ହିଁ ଦିଆଯାଉଛି । କୋଭିସିଲ୍ଡ ଟିକା ରାଜ୍ୟର ଅନ୍ୟ ଟିକାକରଣ ​‌ସେଣ୍ଟରମାନଙ୍କରେ ଦିଆଯାଉଛି । କୋଭାକ୍ସିନ ଟିକା ୨ୟ ଡୋଜ ଦେବାରେ ଏଯାଏ କିଛି ସମସ୍ୟା ହୋଇନାହିଁ । ଏହା ସହିତ ଯେଉଁମାନେ ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ ଟିକା ନେଇଥିଲେ ସେମାନେ ଚାହିଁଲେ ସରକାରୀ ହସ୍ପିଟାଲରୁ ମାଗଣାରେ ଦ୍ବିତୀୟ ଡୋଜ୍‌ ନେଇପାରିବେ ।

ରାଜ୍ୟରେ ଲକ୍‌ଡାଉନ୍‌ ନେଇ ପୋଲିସ ଡିଜି କହିଛନ୍ତି ଯେ, ‘କିଛି ଅମାନିଆ ଲକ୍‌ଡାଉନ୍‌କୁ ମାନୁନାହାନ୍ତି । ସେମାନଙ୍କ ପାଇଁ କଠୋର ହେଉଛି ପୋଲିସ । ଯେଉଁମାନେ କୋଭିଡ୍ ନିୟମ ମାନୁନାହାନ୍ତି ଏବଂ ବାହାନା କରି ବାହାରେ ବୁଲୁଛନ୍ତି ସେମାନଙ୍କ ଠାରୁ ଫାଇନ ମଧ୍ୟ ଆଦାୟ ହେଉଛି । ଏପ୍ରିଲ ୧ ତାରିଖ ପରେ ଅମାନିଆଙ୍କ ଠାରୁ ବର୍ତ୍ତମାନ ସୁଦ୍ଧା ୧୫ କୋଟି ଟଙ୍କାର ଫାଇନ ଆଦାୟ ସରିଲାଣି ।

   Related Posts