Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପୋଲିସ ପାଇଁ ସୁରକ୍ଷା ଦାବି କରି ଏସିପି ସତ୍ୟଜିତ ମିଶ୍ର ନିଲମ୍ବିତ

30/07/2019 at 9:06 PM

ଭୁବନେଶ୍ବର୩୦|୭: ଓଡିଶା ପୋଲିସ ସଂଘର ସଭାପତି ତଥା ଏସିପି ସତ୍ୟଜିତ୍‌ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ବାଲିଆପାଳରେ ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ସେ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଅସୁରକ୍ଷିତ ବୋଲି କହିଥିଲେ । ଡାକ୍ତରଙ୍କୁ ସ୍ବତନ୍ତ୍ର ଆଇନ ବଳରେ ସୁରକ୍ଷା ପ୍ରଦାନ ଭଳି ପୋଲିସକୁ ମଧ୍ୟ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିବାକୁ ଦାବୀ କରିଥିଲେ ।

କେବଳ ସେତିକି ନୁହେଁ, ରାଜ୍ୟରେ ଖାଲି ପଡିଥିବା ଏ.ଏସ.ଆଇ, ଏସ.ଆଇ ଓ ଇନ୍ସପେକ୍ଟର ପଦବୀ ପୂରଣ କରାଯାଉ,ସବୁ ଥାନା କୁ ଫୋର୍ସ ଯୋଗାଇ ଦିଆଯାଉ, ତଦନ୍ତ ଓ ଆଇନ ଶୃଙ୍ଖଳା ଡ୍ୟୁଟିକୁ ଅଧିକାରୀ ଙ୍କ ମଧ୍ୟରେ ଅଲଗା କରିବାକୁ ସଂଘପକ୍ଷରୁ ସେ ଦାବି କରିଥିଲେ ।

ପୋଲିସ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଥିବାବେଳେ ଖୋଦ ପୋଲିସ ନିଜ ସୁରକ୍ଷା ପାଇଁ ଦାବି କରିବା ରାଜ୍ୟ ଗୃହ ବିଭାଗରହଜମ ହୋଇନାହିଁ । ଏଥିପାଇଁ ତାଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

   Related Posts