ଏହି ୩ଟି ଉପାୟରେ ଏସିଡ଼ିଟିରୁ ମିଳିବ ଆରାମ

Published By : Prameya-News7 Bureau | May 05, 2018 IST

୧. ପାଚିଲା କଦଳୀ : ପାଚିଲା କଦଳୀରେ ସମୃଦ୍ଧ ପରିମାଣର ପୋଟାସିୟମ ମହଜୁଦ ଯାହାକି ଆମ ଶରୀରର ଏସିଡ ଉତ୍ପାଦନକୁ କମ କରିଥାଏ | ତୁରନ୍ତ ଉପଶମ ପାଇଁ ଗୋଟିଏ ପାଚିଲା କଦଳୀ ଖାଆନ୍ତୁ | ୨. ଥଣ୍ଡା କ୍ଷୀର : କ୍ଷୀରରେ ବହୁ ମାତ୍ରରେ କ୍ୟାଲସିୟମ ରହିଛି ଯାହାକି ଏସିଡ଼ିଟି କମ କରିଥାଏ | ଥଣ୍ଡା ପାନୀୟ ତୁରନ୍ତ ଉପଶମ ପ୍ରଦାନ କରିଥାଏ | ତୁରନ୍ତ ଆରୋଗ୍ୟ ପାଇଁ ବିନା ଚିନିରେ ଥଣ୍ଡା କ୍ଷୀର ପିଅନ୍ତୁ | ଆପଣ ଚାହିଁଲେ ଏଥିରେ ଏକ ଚାମଚ ଘିଅ ମଧ୍ୟ ମିଶାଇ ପାରିବେ | ୩. ପୁଦିନା : ପୁଦିନା ଆମର ପାଚନ ଶକ୍ତି ବଢାଇବା ସହ ପେଟକୁ ଥଣ୍ଡା ରଖେ ଯାହା ଫଳରେ ଏସିଡ଼ିଟିର ଜ୍ବଳନ ହ୍ରାସ ପାଇଥାଏ | କିଛି ପୁଦିନା ପତ୍ରକୁ ଚୋବାଇ ଖାଆନ୍ତୁ | ଅଥବା କିଛି ପାଣିରେ ଏହାର ପତ୍ରକୁ ଫୁଟାଇ ସେହି ପାଣିକୁ ଥଣ୍ଡା ହେଲା ପରେ ପିଅନ୍ତୁ | ଆପଣଙ୍କୁ ଶୀଘ୍ର ଆରାମ ମିଳିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.