ପ୍ରେମରେ ପ୍ରତାରଣା ! ଯୁବକଙ୍କୁ ଏସିଡ୍ ମାଡ କଲେ ଯୁବତୀ

Published By : Prameya-News7 Bureau | November 27, 2019 IST

କଟକ ୨୭।୧୧:  ଯୁବକଙ୍କ ଉପରକୁ ଏସିଡ୍ ମାଡ କରିଛନ୍ତି ଜଣେ ଯୁବତୀ । ଏଭଳି ଘଟଣା କଟକ ଜିଲ୍ଲା  ଜଗତପୁର  ଶିକାରୀ ସାହିରେ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏସିଡ୍ ମାଡ କରିଥିବା ଯୁବତୀ ଓ ତାଙ୍କ ମା'ଙ୍କୁ ଅଟକ ରଖିଛି ।

{"id":190501,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ଜଗତପୁର ଶିକାରୀ ସାହିରେ ଜଣେ ଯୁବକଙ୍କୁ ଏସିଡ୍ ମାଡ ହୋଇଛି । ଏସିଡ୍ ମାଡ ପରେ ଗୁରୁତର ହୋଇଥିବା ଯୁବକଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଏସିଡ୍ ମାଡ କରିଥିବା ଯୁବତୀ ଓ ତାଙ୍କ ମା'ଙ୍କୁ ଅଟକ ରଖିଛି ଜଗତପୁର ଥାନା ପୋଲିସ । ପ୍ରେମ ପ୍ରତାରଣା ନେଇ ଏସିଡ୍ ମାଡ ହୋଇଥିବା ସୂଚନା ମିଳିଛି । ତେବେ ଜଗତପୁର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.