Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ନିର୍ବନ୍ଧର ୪ଦିନ ପରେ ଯୁବତୀଙ୍କୁ ଏସିଡ ମାଡ; ଘରକୁ ଆସି ଡାକିଲେ, କବାଟ ଖୋଲିବାପରେ ୫ଲିଟର ଏସିଡ ଢାଳି ଫେରାର ହୋଇଗଲେ

16/11/2018 at 12:36 PM

ଲୁଧିଆନା ୧୬/୧୧ : ଗୁରୁବାର ସନ୍ଧ୍ୟାରେ ଟିବ୍ବା ରୋଡ଼ ସ୍ଥିତ ପୁନିତ ନଗରରେ ଜଣେ ଯୁବତୀଙ୍କ ଉପରେ ଜଣେ ଯୁବକ ୫ଲିଟର ଏସିଡ ଢାଳି ଦେଇଥିବା ଘଟଣା ସାମ୍ନାକୁ ଆସିଛି | ଘଟଣାର ୪ଦିନ ପୂର୍ବରୁ ଯୁବତୀଙ୍କ ନିର୍ବନ୍ଧ ସାରିଥିଲା | ସନ୍ଧ୍ୟାରେ କିଛି ଯୁବକ ଆସି ଘର କବାଟ ବାହାରୁ ଯୁବତୀଙ୍କୁ ନାଁ ଧରି ଡାକିଥିଲେ | ଯୁବତୀ ଜଣକ ଯେମିତି କବାଟ ଖୋଲିଲେ ୫ ଲିଟର ଏସିଡ ତାଙ୍କ ଉପରେ ଢାଳି ଦେଇଥିଲେ |
ପରିବାରଲୋକଙ୍କ କହିବାନୁଯାୟୀ, ଯୁବତୀ ସବୁବେଳେ ଘରେ ରହିବା ପସନ୍ଦ କରନ୍ତି | ସେ ବାହାରକୁ ଯାଆନ୍ତିନାହିଁ | ଏପରିକି ନିଜ କାମ ପାଇଁ ମାଙ୍କୁ ବାହାରକୁ ପଠେଇଥାନ୍ତି | ସେ ନିଜେ ନିଜ ଦୁନିଆରେ ସବୁବେଳେ ମସଗୁଲ ଥାଆନ୍ତି | ତେଣୁ ତାଙ୍କର କାହା ସହ ଶତ୍ରୁତା ଥିବା କଥା କହିବା ମୁସ୍କିଲ ବୋଲି କହିଛନ୍ତି ପରିବାରଲୋକେ |

ଯୁବତୀଙ୍କ ବାପା କହିଛନ୍ତି ଯେ, ଗୁରୁବାର ସନ୍ଦ୍ୟାରେ ଝିଅ ନିଜ ମା ସହ ଘରେ ହିଁ ଥିଲେ | ରାତି ୮ଟା ବେଳେ ଅଚାନକ କେହିଜଣେ ଗେଟ ପାଖେ ଯୁବତୀଙ୍କ ନାଁ ଧରି ଡାକିଥିଲା | ସେ ଯେମିତି ଗେଟ ଖୋଲିଲେ ଦେଖିଲେ ଜଣେ ଯୁବକ ତାଙ୍କ ଉପରକୁ ଏସିଡ ଫୋପାଡ଼ି ଦେଇଥିଲା | ଯୁବକଙ୍କ ମୁହଁରେ ରୁମଲ ବନ୍ଧା ହୋଇଥିଲା | ଏସିଡ ଫୋପାଡିବା ପରେ ଯୁବତୀ ପାଟିକରି ଘର ଭିତରକୁ ଦୌଡ଼ି ଆସିଥିଲେ ଏବଂ ଏହି ସମୟରେ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ଘରଲୋକେ ତୁରନ୍ତ ଯୁବତୀଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ | ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସିଏମସି ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି | ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି |

ଯୁବତୀଙ୍କ ଦୁଇଜଣ ଛୋଟ ଭାଇ ଅଛନ୍ତି | କିଛି ଦିନ ପୂର୍ବରୁ ନିଜ ଗାଁରୁ ସ୍ନାତକ ପାସ କରିସାରିବା ପରେ ସେ ସିଲେଇ ଶିଖୁଥିଲେ | ଏହାପରେ ଯୁବତୀ ଆସି ଲୁଧିଆନାରେ ନିଜ ପରିବାରରେ ରହୁଥିଲେ | ଘରେ ବସି ସେ ସିଲେଇ କରୁଥିଲେ | ତାଙ୍କ ସିଲେଇରେ ତାଙ୍କୁ ସାହାଯ୍ୟ କରୁଥିଲେ | ଲୁଧିଆନାର ଜଣେ ଯୁବକଙ୍କ ସହ ଗତ ୧୨ ତାରିଖରେ ତାଙ୍କର ନିର୍ବନ୍ଧ ହୋଇଥିଲା |

ପୀଡିତାଙ୍କ ବାପାଙ୍କ କହିବା ଅନୁସାରେ ଅକ୍ଟୋବର ୨୭ ତାରିଖ ରାତିରେ ଦୁଇଜଣ ଯୁବକ ତାଙ୍କ ଘରକୁ ଆସିଥିଲେ | ତାଙ୍କ ହାତରେ ଏକ ଲଫାପା ଥିଲା | ସେମାନେ କହିଥିଲେ ଯେ, ସିଲେଇ ପାଇଁ ସେମାନେ ଆସିଛନ୍ତି ଆଉ ସେହି ଲଫାପା ସେମାନେ ଯୁବତୀଙ୍କୁ ଦେଇଥିଲେ | ଯୁବତୀ ଲଫାପା ଖୋଲି ଦେଖିଲାବେଳକୁ ତା ଭିତରୁ ଦୁର୍ଗନ୍ଧ ବାହାରୁଥିଲା | ଦୁର୍ଗନ୍ଧରେ ଯୁବତୀ ଅସ୍ତବ୍ୟସ୍ତ ହୋଇପଡିଥିଲେ | ଏହା ଦେଖି ୨ ଜଣ ଯୁବକ ଯୁବତୀଙ୍କ ହାତରୁ ଲଫାପା ଛଡେଇ ନେଇଥିଲେ ପଳେଇଥିଲେ | ଏହା ପରେ ଏହି ଦୁଇ ଯୁବକଙ୍କୁ ଘର ଆଖପାଖେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା | କିନ୍ତୁ ଯୁବକଙ୍କ ନାଁରେ ଥାନାରେ ଏତଲା ଦିଆଯାଇନଥିଲା |

ଟିବ୍ବା ଥାନା ଏଏସଆଇ ଦିଦାର ସିଂଙ୍କ କହିବା ଅନୁଯାୟୀ, ଘଟଣାକୁ ପୀଡିତାଙ୍କ ନିର୍ବନ୍ଧ ସହିତ ଯୋଡି ତଦନ୍ତ କରାଯାଉଛି | ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ସେ ଅଂଚଳରେ ପୋଲିସ ମୃତୟନ କରାଯାଇଛି | ବହୁ ଅଂଚଳରେ ନାକାବନ୍ଦୀ କରି ପୋଲିସ ଗାଡିଗୁଡିକ ଚେକ କରୁଛି | ଏହାଛଡା ସେହି ଅଂଚଳର ସିସିଟିଭି ଫୁଟେଜ ମଧ୍ୟ ପୋଲିସ ଯାଞ୍ଚ କରୁଛି |
ସୂଚନା ଅନୁଯାୟୀ, ଯୁବତୀଙ୍କ ଶରୀରର ଅଧାରୁ ଅଧିକ ଭାଗ ପୋଡି ଯାଇଛି | ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି |

   Related Posts