ନିଶା ବେପାରୀଙ୍କୁ ଧରିବା ବେଳେ ପୋଲିସ ଉପରକୁ ଏସିଡ୍ ମାଡ, ୧୧ ଗୁରୁତର

Published By : Prameya-News7 Bureau | September 24, 2020 IST

ଲଣ୍ଡନ, ୨୪ ।୦୯:  ଏକ ନିଶା କାରବାର ରାକେଟର ପର୍ଦ୍ଦାଫାସ କରିବା ବେଳେ ୧୧ ଜଣ ପୋଲିସ କର୍ମଚାରୀ ଏସିଡ୍ ଆକ୍ରମଣର ଶିକାର ହୋଇଛନ୍ତି । ଅଭିଯୁକ୍ତମାନେ ପୋଲିସ କର୍ମୀଙ୍କ ଉପରକୁ ଏସିଡ ଫିଙ୍ଗି ଗୁରୁତର କରି ପକାଇଛନ୍ତି ।

ସୂଚନାନୁସାରେ, ବୁଧବାର ଲଣ୍ଡନର ଡାଲେ କ୍ଲୋଜରେ ପୋଲିସ ଗୁଇନ୍ଦା ସୂଚନା ପାଇଁ ଦିନ ୨ଟାରେ ଚଢାଉ କରିଥିଲା । ଏହି ସ୍ଥାନରେ ନିଶା କାରବାର ଚାଲିଥିବା ପୋଲିସକୁ ସୂଚନା ମିଳିଥିଲା । ଏହି ସମୟରେ ପୋଲିସ ଉପରକୁ ଅଭିଯୁକ୍ତମାନେ ଏସିଡ୍ ମାଡ କରିଥିଲେ । ତେବେ ପୋଲିସ ଅଫିସରମାନେ ସୁରକ୍ଷା କିଟ୍ ପିନ୍ଧିଥିଲେ ମଧ୍ୟ ଆହତ ହୋଇଥିଲେ ।

ସମସ୍ତ ୧୧ ପୋଲିସ କର୍ମୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, କିଛି ଅଣ୍ଡରକଭର୍ ଅଫିସରଏକ ଘରେ ରେଡ୍ କରିଥିଲେ । ସେହି ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କ ଉପରେ ଏସିଡ୍ ମାଡ କରିଥିଲେ । ତେବେ ପୋଲିସ କୌଣସି ଗ୍ରେନେଡ୍ ମାଡ କରିଛି ନା ନାହିଁ ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଲଣ୍ଡନରେ ଏସିଡ୍ ଆକ୍ରମଣ ବଢିବାରେ ଲାଗିଛି । ଗତ ଏକ ସପ୍ତାହରେ ସହରରେ ୧୫ଟି ଏସିଡ ମାଡ ଘଟଣା ସାମ୍ନାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.