Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଏସିଡ୍ ମାଡ : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

8/06/2020 at 12:49 PM

ମୟୁରଭଞ୍ଜ ୮/୬: ହୀନ ମାନସିକତା । ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ କେହି ଦୁବୁର୍ତ ଏସିଡ୍ ମାଡ କରିଛି । ଏସିଡ୍ ମାଡରେ ଯୁବକ ଜଣକଙ୍କର ୫୦ପ୍ରତିଶତ ପୋଡି ହୋଇଯାଇଛି । ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚ।ର ବିଷୟ ପାଲଟିଛି । 

ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ କେହି ଦୁବୁର୍ତ ଏସିଡ୍ ମାଡ କରିଛି । ଏସିଡ୍ ମାଡ ଫଳରେ ଯୁବକଙ୍କ ଶରୀରର ଛାତି, ପିଠି ଆଦି ପୋଡି ହୋଇଯାଇଛି । ସେ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଜଡିଦା ଗ୍ରାମରେ । ଜଡିଦା ଗ୍ରାମର ଯୁବକ ଶିବ ପ୍ରସାଦ ପାଇ ମାନସିକ ବିକାରଗ୍ରସ୍ତ ଅଟନ୍ତି। ତେବେ ଦୁଇ ଦିନ ପୂର୍ବରୁ ସେ ରାତିରେ ଘରୁ ଖାଇ ସାରି ବାହାରି ଯିବା ପରେ ଘର ନିକଟରେ ରାସ୍ତା ପାର୍ଶ୍ବରେ ଏକ ହୋମ ପାଇପରେ ଶୋଇଥିଲେ । ସେଠାରେ କେହି ତାଙ୍କ ଉପରକୁ ଏସିଡ୍ ଫିଙ୍ଗିବା ପରେ ସେ କଷ୍ଟରେ ଘରକୁ ଦୌଡି ଯାଇ ତାଙ୍କ ମାଆଙ୍କୁ ଡାକିଥିଲେ। ତାଙ୍କ ମାଆ କବାଟ ଖୋଲିବା ପରେ ତାଙ୍କ ପୁଅକୁ କେହି ଏସିଡ୍ ଫିଙ୍ଗିଥିବା ଏବଂ ତା ଦେହରୁ ଏସିଡ୍ ବାସ୍ନା ହେଉଥିବା ଦେଖିବାକୁ ପାଇଥଲେ । ଦେହରୁ ସାର୍ଟ ଖୋଲି ସାରିବା ପରେ ପିଠି, ଛାଡି ଏବଂ ଜଙ୍ଘରେ ଏସିଡ୍ ପଡିଥିବାର ସେ ଦେଖିଥିଲେ।

 ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାକୁ ଆଣିଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ଘରକୁ ନେଇଯାଇଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ଆଜି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି । ଏପରିକି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ମଧ୍ୟ ଏକ ପ୍ରକାର ଏସିଡ୍ ମାଡ ହୋଇଥିବା କହିଛନ୍ତି। ଏ ନେଇ କପ୍ତିପଦା ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

   Related Posts