ଏକତରଫା ପ୍ରେମରେ ପାଗଳ ହୋଇ ଯୁବକ କଲା ଏମିତି କାମ,ଜାଣିବେ ତ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | March 17, 2019 IST

ଲୁଧିଆନା ୧୭/୩- ଜଣେ ପାଗଳ ପ୍ରେମୀର ଏକତରଫା ପ୍ରେମ । ନାବାଳିକା ରାଜି ନ ହେବାରୁ କଲା ଏମିତି କାମ । ଆପଣ ବି କହିବେ ..ସେ ମଣିଷ ନା ଆଉ କଣ ?

ଲୁଧିଆନାର ଶିବପୁରୀ ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୮ମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଯୁବକ ବିଫଳ ହେବାପରେ କରିଛି ଏଭଳି କାମ ।

ଯୁବକ ଜଣକ ଅନେକ ଦିନ ଧରି ନାବାଳିକା ଛାତ୍ରୀ ପଛରେ ପଡ଼ିଥିଲେ । ବାରମ୍ବାର ପ୍ରେମ ନିବେଦନ କରିଥିଲେ । କିନ୍ତି ଛାତ୍ରୀ ଏହି କଥାରେ ରାଜି ନ ହେବାରୁ ଯୁବକଙ୍କୁ ନେବାକୁ ପଡ଼ିଥିଲା ଏହି ନିଷ୍ପତ୍ତି ।

ଛାତ୍ରୀ ପରୀକ୍ଷା ଦେବାକୁ ଯାଉଥିବା ସମୟରେ ଯୁବକ ମଧ୍ୟ ପୂର୍ବପରି ପିଛା କରିଥିଲା । ପ୍ରେମ କରିବାକୁ ଛାତ୍ରୀକୁ ମଧ୍ୟ କହିଥିଲା । ଛାତ୍ରୀ ରାଜି ନ ହେବାରୁ ଧମକାଇଥିଲା ।

ଛାତ୍ରୀ ଯୁବକଙ୍କ କଥାରେ କୌଣସି ଗୁରୁତ୍ଵ ନ ନେବାରୁ ବାଧ୍ୟ ହୋଇ ଏସିଡ଼ ଢ଼ାଳିଥିବା କଥା କହିଛି ଅଭିଯୁକ୍ତ ଯୁବକ ।

ପୋଲିସ ଏହି ଘଟଣାରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏସିଡ଼ ମାଡ଼ ହୋଇଥିବା ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.