୩ଭଉଣୀ ଶୋଇଥିବାବେଳେ ଏସିଡ ଫିଙ୍ଗିଲା ଯୁବକ : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | October 13, 2020 IST

ଗୋଣ୍ଡା ୧୩/୧୦: ସୋମବାର ରାତିରେ ୩ଭଉଣୀଙ୍କ ଉପରେ ଏସିଡ ଫିଙ୍ଗାଯାଇଛି। ସେମାନଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି।

ସୂଚନା ଅନୁଯାୟୀ,୩ଭଉଣୀ ଘରେ ଶୋଇଥିବାବେଳେ ତାଙ୍କ ଉପରେ ଏସିଡ ଆକ୍ରମଣ ହୋଇଥିଲା। ପସକା ଗାଁର ସୋମବାର ରାତିରେ ଗୋଟିଏ ପରିବାରର ୩ଝିଅ ଛାତ ଉପରେ ଶୋଇଥିଲେ। ସେତିକିବେଳେ ଜଣେ ଯୁବକ ଛାତ ଉପରେ ଚଢ଼ି ଆସିଥିଲା ଏବଂ ବଡ଼ ଭଉଣୀ ଉପରେ ଏସିଡ ଫିଙ୍ଗି ଦେଇଥିଲା। ଯାହା ଫଳରେ ବଡ଼ ଭଉଣୀ ସମେତ ଅନ୍ୟ ୨ଜଣଙ୍କ ଉପରେ ମଧ୍ୟ ଏସିଡ ପଡ଼ି ଯାଇଥିଲା। ୩ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରୁଛି।

ପରସପୁର ଥାନା ଅଞ୍ଚଳର ପସକା ଗାଁରେ ରହୁଥିବା ଗୁରଇ ପ୍ରସାଦଙ୍କ ୩ଝିଅ। ବଡ଼ ଝିଅ ଖୁସବୁ(୧୯),ମଝିଆ ଝିଅ କୋମଲ(୭) ଏବଂ ଛୋଟ ଝିଅ ଆଞ୍ଚଲ୍(୫) ସୋମବାର ରାତିରେ ନିଜ ଘରର ଛାତ ଉପରେ ଶୋଇଥିଲେ। ବିଳମ୍ବିତ ରାତିରେ ଗାଁର ଜଣେ ଯୁବକ ଛାତ ଉପରେ ଚଢ଼ି ଆସିଥିଲା ଏବଂ ବଡ଼ ଝିଅ ଖୁସବୁଙ୍କ ଉପରେ ଏସିଡ ଫିଙ୍ଗିଥିଲା। ଏହା ପରେ ସେ ଜଳି ଯାଇଥିଲେ।

ଏସିଡ ପଡ଼ିବା ଫଳରେ କୋମଲ ଏବଂ ଆଞ୍ଚଲ୍ ମଧ୍ୟ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ୩ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତଦନ୍ତ ପରେ ଅଭିଯୁକ୍ତ ବିରୋଧ​‌ରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.