Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ମହିଳାଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି, ଶାରୀରିକ ସମ୍ପର୍କ ପାଇଁ ରାଜି ନ ହେବାରୁ ଏସିଡ ଢାଳିଦେଲା ପ୍ରେମିକ

17/05/2019 at 4:32 PM

ଶାହାଜାହାଁପୁର ୧୭।୫: ଉତ୍ତର ପ୍ରଦେଶ ଶାହାଜାହାଁପୁର  ତିଲହର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଜଣେ ୪୫ ବର୍ଷ ବୟସ୍କା ମହିଳାଙ୍କ ଉପରେ ଏସିଡ ମାଡ କରିଛନ୍ତି ତାଙ୍କ ପ୍ରେମିକ। ଫଳରେ ଗୁରୁତର ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୋଲିସ।

ରୁରାଲ ଏସପି ସୁଭାଷ ଚନ୍ଦ୍ର ସାକ୍ୟଙ୍କ ସୂଚନା ଅନୁସାରେ ତିଲହର ଥାନା କଛିୟାନ ଖେଡା ଗାଁର  ନସିମ ଉଲ୍ଲା ଏଭଳି କାଣ୍ଡ କରିଛି । ଗିରଫ ପରେ ପଚରା ଉଚରା ବେଳେ ନସିମ ଗତ ୫ ବର୍ଷ ହେଲା ମହିଳାଙ୍କ ସହ ସମ୍ପର୍କ ରଖିଥିଲା ବୋଲି କହିଛି । ଏହି କ୍ରମରେ ନସିମ ଗତ ଗୁରୁବାର ମହିଳାଙ୍କୁ ଏକ ବଗିଚାକୁ ଡାକି ଏଭଳି ବର୍ବର କାଣ୍ଡ କରିଛି ।

ବଗିଚାରେ ନସିମ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ତେବେ ଦ୍ବିତୀୟବାର ଶାରୀରିକ ସମ୍ପର୍କ ପାଇଁ ନସିମ କହିବାରୁ ମହିଳା ରାଜି ହୋଇନଥିଲେ। ଏଥିରେ ନସିମ  ଉତକ୍ଷିପ୍ତ ହୋଇ ତାଙ୍କ ଉପରେ ଏସିଡ ଢାଳି ଦେଇଥିଲା।  ଫଳରେ ମହିଳା ଗୁରୁତର ଆହତ ହୋଇଛନ୍ତି ।  ଏ ନେଇ ମହିଳାଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ନସିମକୁ ଗିରଫ କରି ପଚରା ଉଚରା ଜାରି ରଖିଛି ।

   Related Posts