Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ୟୁପି: ମା ଓ ୨ ଝିଅଙ୍କ ଉପରେ ଏସିଡ ଆକ୍ରମଣ, ଆକାଉଣ୍ଟାଣ୍ଟ ଗିରଫ

11/11/2019 at 6:26 PM

ଭଦୋହୀ:  ଉତ୍ତରପ୍ରଦେଶ ଭଦୋଇ ଥାନା ପରଗାସପୁର ଗାଁରେ ଏସିଡ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ଫଳରେ ମା ଓ ୨ ଝିଅ ଗୁରୁତର ଆହତ ହୋଇଛନ୍ତି। ସାମାନ୍ୟ ଝଗଡାକୁ ନେଇ ଏହି ଏସିଡ ଆକ୍ରମଣ ହୋଇଥିବା ଜଣାପଡିଛି। ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲା ବୋଲି ଜଣାପଡିଛି।

ଏସିଡ ଆକ୍ରମଣରେ ଗୁରୁତର ଆହତ ୩ ଜଣ ଶିଲା ଦେବୀ (୪୫) ଓ ତାଙ୍କ ଦୁଇ ଝିଅ ଜ୍ୟୋତି(୨୦) ଓ ଆରତୀ (୧୮) ବୋଲି ପୋଲିସ କହିଛି। ଏକ ପାରିବାରିକ ଝଗଡାରୁ ଏଭଳି ଆକ୍ରମଣ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ରୋଡ କଡ ଟ୍ୟାପ୍ କୁ ଯାଇ ବାସନ ମଜାକୁ ନେଇ ପରିବାରରେ କଳି ଉପୁଜିଥିଲା। ଦୀର୍ଘ ସମୟ ଧରି ଝଗଡା ଲାଗି ରହିଥିବା ବେଳେ ଦୁଇ ସମ୍ପର୍କିୟ ବିମଳେଶ ଓ ସନ୍ଦୀପ ମା ଓ ୨ ଝିଅଙ୍କ ଉପରକୁ ଏସିଡ ଫିଙ୍ଗିଥିଲେ ବୋଲି ଶିଲାଙ୍କ ସ୍ୱାମୀ ରାଜେନ୍ଦ୍ର ପ୍ରସାଦ ଅଭିଯୋଗରେ ଉଲ୍ଳେଖ କରିଛନ୍ତି।

ଗୁରୁତର ଆହତ ୩ ଜଣଙ୍କୁ ବାରଣାସୀ ଟ୍ରମା କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି। ତେବେ ପୋଲିସ ବିମଳେଶଙ୍କୁ ଗିରଫ କରିଥିବା ଜଣାପଡିଛି। ତେବେ ୟୁପିରେ ମହିଳାଙ୍କ ଉପରେ ଅତ୍ୟାଚାର ଘଟଣା ବଢିବଢି ଚାଲିଥିବା ବେଳେ ଏସିଡ ଆକ୍ରମଣ ଘଟଣା ବି ବଢିବାରେ ଲାଗିଛି। ନିକଟରେ ଆଲିଗଡ କ୍ୱାର୍ସି ଥାନା ଅଞ୍ଚଳରେ ମଧ୍ୟ ଏସିଡ ଆକ୍ରମଣର ଅଭିଯୋଗ ହୋଇଥିଲା। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ ବୋଲି ପୋଲିସ ରେକର୍ଡରୁ ଜଣାପଡିଛି।

   Related Posts