ଧଉଳି ଥାନା ଅଞ୍ଚଳରେ ଯୁବତୀଙ୍କୁ ଏସିଡ୍ ଆଟାକ୍ : ଦେଢ ମାସ ପରେ ଗୁଜୁରାଟରୁ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 01, 2021 IST

ଭୁବନେଶ୍ବର ୧।୧୦: ଭୁବନେଶ୍ବର ଉପକଣ୍ଠ ଧଉଳି ଥାନା ଅଞ୍ଚଳରେ ଯୁବତୀଙ୍କୁ ଏସିଡ୍ ଆଟାକ୍ ଘଟଣାରେ ଅଭିଯୁକ୍ତି ପପୁନି ରାଉତ ଗିରଫ ହୋଇଛି । ପପୁନିକୁ ଗୁଜୁରାଟରୁ ଗିରଫ କରିଛି ଧଉଳି ଥାନା ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ମାସ ୧୧ ତାରିଖରେ ଧଉଳି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଉପରେ ଏସିଡ୍ ପକାଇ ଦେଇଥିଲା ଅଭିଯୁକ୍ତ ପପୁନି । ଘଟଣା ପରେ ପପୁନି କେଉଁଆଡେ ଫେରାର ହୋଇଯାଇଥିଲା । ତେବେ ବିବାହର ପ୍ରତିଶ୍ରୁତି ଦେଇ ଘରୁ ଡାକି ଆଣି ଯୁବତୀଙ୍କ ଉପରେ ଏସିଡ୍ ପକାଇ ଦେଇଥିବା କୁହାଯାଉଥିଲା ।  ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରଖିଥିଲା ଧଉଳି ଥାନା ପୋଲିସ । ତେବେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.