ମାଓବାଦୀ ଆକ୍ରମଣରେ ଓଡିଆ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ; ଆଜି ଜନ୍ମମାଟି ବଲାଙ୍ଗିର ଲୋଇସିଂହାକୁ ଆସିବ ଅଚ୍ୟୁତାନନ୍ଦ ସାହୁଙ୍କ ମରଶରୀର

Published By : Prameya-News7 Bureau | October 31, 2018 IST

ବଲାଙ୍ଗିର ୩୧|୧୦:   ନକ୍ସଲଙ୍କ ଆକ୍ରମଣରେ ମୃତ୍ୟୁ ହୋଇଥିବା ବଲାଙ୍ଗିର ଲୋଇସିଂହାର ଦୂରଦର୍ଶନ  କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କ ମରଶରରୀ ଗାଁକୁ ଆସିବ । ବୁଢୀପଦର ଗାଁରେ ହିଁ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ । ଗତକାଲି ତାଙ୍କର ମୃତ୍ୟୁ ହେବା ପରେ ପରିବାରରର ଇଚ୍ଛା ଅନୁଯାୟୀ ତାଙ୍କୁ ସହିଦର ମାନ୍ୟତା ଦିଆଯିବା ସହ ଛତିଶଗଡ ପୋଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍  ଅନର ଦିଆଯାଇଥିଲା । ଅଚ୍ୟୁତାନନ୍ଦ ଗତ କିଛି ବର୍ଷ ହେଲା ଦିଲ୍ଲୀରେ ଦୂରଦର୍ଶନର ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ସେ ଛାତିଶଗଡ଼କୁ ନିର୍ବାଚନୀ ଖବର ସଂଗ୍ରହ ପାଇଁ ଆସିଥିବା ବେଳେ ମାଓବାଦୀଙ୍କ ଆକ୍ରମଣ ଶିକାର ହୋଇଛନ୍ତି । ସେ ଗତବର୍ଷ ବାହା ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଏବେ ଦିଲ୍ଲୀରେ ରହୁଛନ୍ତି । ତିନି ଭାଇଙ୍କ ମଧ୍ୟରେ ସେ ସବୁଠାରୁ ସାନ ଥିଲେ । ଗାଁରେ ତାଙ୍କ ବାପା ମା ରହୁଥିବା ଜଣାଯାଇଛି । ତାଙ୍କ ମୃତ୍ୟୁରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଲୋଇସିଂହା ଅଂଚଳରେ ଶୋକର ଛାୟା ଖୋଳିଯାଇଛି । ଦୂରଦର୍ଶନରେ କାର୍ଯ୍ୟକରିବା ପୂର୍ବରୁ ସେ ସେନାରେ କାମ କରୁଥିଲେ । ସେଠାରୁ ଭିଆରଏସ୍ ନେଇସାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.