Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟସଭା ସାଂସଦଙ୍କ ଦାବି, କହିଲେ- ଦିଲ୍ଲୀରେ ୩-୪ ଦିନ ରହିଥିଲେ ପାଇଲଟ୍‌, ୫୦-୬୦ କଲ୍‌ କରିଥିଲେ କିନ୍ତୁ ରାହୁଲ ଏବଂ ପ୍ରିୟଙ୍କା ଫୋନ୍‌ ଉଠାଇଲେ ନାହିଁ

24/06/2021 at 9:51 PM

ନୂଆଦିଲ୍ଲୀ ୨୪/୬: ରାଜସ୍ଥାନ ରାଜନୀତିରେ ଉସ୍ମତା ଭରି ରହିଥିବା ବେଳେ ରାଜ୍ୟସଭା ସାଂସଦ ଡାକ୍ତର କିରୋଡୀ ଲାଲ ମୀନାଙ୍କ ବୟାନ ପାରା ଆହୁରି ବଢ଼ାଇଦେଇଛି।  କଂଗ୍ରେସ ଉପ​‌ରେ ବର୍ଷିବା ସହ ସେ କହିଛନ୍ତି, ସଚିନ ପାଇଲଟ୍‌ ଦିଲ୍ଲୀରେ ୩-୪ ଦିନ ରହି ୪୦-୫୦ ଥର ଫୋନ୍‌ କ​‌ଲେ କିନ୍ତୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଫୋନ୍‌ ଉଠାଇଲେ ନାହିଁ।

ପାଇଲଟ୍‌ ପାର୍ଟିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବା ବେଳେ ତାଙ୍କୁ ଅଣଦେଖା କରାଯାଉଛି। ଏହା ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ପ୍ରତି ଅପମାନ ବୋଲି କିରୋଡୀ ଲାଲ କହିଛନ୍ତି। କେବଳ ସେତିକି ନୁହେଁ କଥାରେ କଥାରେ ସେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ପାଇଲଟଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି। ସାଂସଦ କିରୋଡୀ ମୀନା କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ଜଣେ ସ୍ବାଭିମାନୀ ବ୍ୟକ୍ତି ତାଙ୍କୁ ଏତେ ଅପମାନ ସହ୍ୟ କରିବା ଅନୁଚିତ। କଂଗ୍ରେସର ଏପରି ବ୍ୟବହାର ଉପରେ ପାଇଲଟ୍‌ ଶୀଘ୍ର କିଛି ପଦକ୍ଷେପ ନେବା ଦରକାର ବୋଲି ମଧ୍ୟ ସେ କହିଛନ୍ତି।  

ଡାକ୍ତର ମୀନାଙ୍କ ଏହି ମନ୍ତବ୍ୟ ପରେ ପୁଣି ରାଜସ୍ଥାନ ରାଜନୀତିରେ ହଟଚମଟ ଆରମ୍ଭ ହୋଇଯାଇଛି। କିଛି ଦିନ ପୂର୍ବରୁ ସଚିନ ପାଇଲଟ୍‌ ଦିଲ୍ଳୀ ଯାଇଥିଲେ । ଦିଲ୍ଲୀରେ ସେ ୩-୪ ଦିନ ରହିଥିବା ମଧ୍ୟ କିରୋଡୀ ଲାଲ ନିଜ ବୟାନରେ କହିଛନ୍ତି।

ଏବେ ପାଇଲଟ ଏବଂ ଗେହଲଟଙ୍କ ମଧ୍ୟରେ ମନୋମାଳିନ୍ୟ ଏବଂ ବିବାଦ ଉପୁଜିଛି। ଏହାକୁ ଦଳର ନେତା ଏବଂ ନିର୍ଦଳୀୟ ନେତାଙ୍କ ବାୟନବାଜି ଯୋଗୁଁ ରାଜସ୍ଥାନ ରାଜନୀତି ସରଗରମ ରହିଛି। ନିକଟରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ ମଧ୍ୟ ରାଜସ୍ଥାନ ରାଜନୀତି ଉପରେ ଆକ୍ରମଣ କରିଥିଲେ। ବିଜେପି ସାଧାରଣ ସମ୍ପାଦକ ମନ୍ତବ୍ୟ ଦେଇଥିଲେ ଯେ, ସିଏମ ଗେହଲଟ ନିଜ ପୋଲିସ ଏବଂ ସିଆଇଡିକୁ ସଚିନ ପାଇଲଟଙ୍କ ବିରୋଧରେ ଲଗାଇଛନ୍ତି। ସେଥିପାଇଁ ରାଜସ୍ଥାନର ସ୍ଥିତି ବିଗିଡ଼ିଛି ବୋଲି ସେ ଅଭିଯୋଗ ମଧ୍ୟ କରିଥିଲେ।

   Related Posts