୨୪ ଘଣ୍ଟା ପାଇଁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଆଉଟଡୋର ବନ୍ଦ, କରୋନା ପଜିଟିଭ୍ ଚିହ୍ନଟ ପରେ ନିଷ୍ପତ୍ତି

Published By : Prameya-News7 Bureau | July 03, 2020 IST

କଟକ ୩।୭: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଆଉଟଡୋର ୨୪ ଘଣ୍ଟା ପାଇଁ ବନ୍ଦ । କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଗତକାଲି ୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏସସିବି ମେଡିକାଲ ଆଇସୋଲେସନରୁ ୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏତେ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି ।

ତେବେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ଜିଲ୍ଲାପାଳ କହିଛନ୍ତି ସମସ୍ତ ପଜିଟିଭଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ତେବେ ଅଧିକ ଟେଷ୍ଟିଂ ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଚାର୍ଯ୍ୟ ହରିହର କର୍କଟସ କେନ୍ଦ୍ରରେ ୪୦୦ ରୁ ଉର୍ଦ୍ଧ୍ବ କୋରାନ ପରୀକ୍ଷା କରାଯାଇଛି ।

ତେବେ କରୋନା ଚିହ୍ନଟ ହେବା ପରେ ଏସସିବି ଓ କର୍କଟ କେନ୍ଦ୍ରକୁ ଲଗାତାର ଭାବେ ସାନିଟାଇଜେସନ କରାଯାଉଛି । ଏଥିସହ କିଭଳି ସେହି ଅଞ୍ଚଳ ଭିତରେ କରୋନା ସୀମିତ ରହିବ ସେନେଇ ଉଭୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ପଦକ୍ଷପ ନିଆଯାଉଛି ।

ତେବେ ପୂର୍ବରୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତକାଲିର ୫୫ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ କର୍କଟ କେନ୍ଦ୍ରରୁ ମୋଟ୍ ୭୧ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗତକାଲିର ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରେ ୩୬ ଜଣ ରୋଗୀ ଙ୍କ ସମ୍ପର୍କୀୟ ୧୮ ଜଣ ରୋଗୀ ଓ ଅନ୍ୟ ଜଣେ ନର୍ସଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.