ବାବା ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ହେବେ ନିରଞ୍ଜନ ଆଖଡାର ମହାମଣ୍ଡଳେଶ୍ୱର

Published By : Prameya-News7 Bureau | September 01, 2019 IST

ଯୋଗ ଗୁରୁ ବାବା ରାମ ଦେବଙ୍କ ନିକଟତମ ସହଯୋଗୀ ତଥା ପତଞ୍ଜଳି ଯୋଗ ପୀଠର ମହାମନ୍ତ୍ରୀ ଆଚାର୍ଯ୍ୟ ବାଳକୃଷ୍ଣ ଖୁବ୍ ଶୀଘ୍ର ନିରଞ୍ଜନ ଆଖଡାର ମହାମଣ୍ଡଳେଶ୍ୱର ହେବାକୁ ଯାଉଛନ୍ତି। ନିରଞ୍ଜନ ଆଖଡାର ଶ୍ରୀ ମହନ୍ତ ତଥା ଅଖିଳଭାରତୀୟ ଆଖଡା ପରିଷଦର ଜାତୀୟ ସଭାପତି ନରେନ୍ଦ୍ର ଗିରି ଏ ନେଇ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ପ୍ରସ୍ତାବ ଦେଇଥିବା ବେଳେ ସେ ଆଗ୍ରହର ସହ ସ୍ୱୀକାର କରିଛନ୍ତି।  

{"id":151843}

ଗତ ଶୁକ୍ରବାର ମହନ୍ତ ନରେନ୍ଦ୍ର ଗିରି ହରିଦ୍ୱାରସ୍ଥିତ ପତଞ୍ଜଳି ଯୋଗ ପୀଠରେ ବାବା ରାମ ଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା ବେଳେ ମହନ୍ତ ନରେନ୍ଦ୍ର ଗିରି ମହାମଣ୍ଡଳେଶ୍ୱର ପଦବୀ ଲାଗି ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଆଖଡାରେ ଧର୍ମର ପ୍ରଚାର ଓ ପ୍ରସାର ଲାଗି ମହାମଣ୍ଡଳେଶ୍ୱର ନିଯୁକ୍ତି ଏକ ପରମ୍ପରା ରହିଛି। ଏଥିଲାଗି କୁମ୍ଭ ମେଳା ବେଳେ ଅଥବା କୌଣସି ଶୁଭ ମୁହୁର୍ତ୍ତରେ ମହନ୍ତମାନଙ୍କ ଉପସ୍ଥିତିରେ  ପଟ୍ଟାଭିଷେକ କରି ମହାମଣ୍ଡଳେଶ୍ୱରଙ୍କୁ ନିଯୁକ୍ତ କରାଯାଇଥାଏ। ସେହି ଅନୁସାରେ ଆଗାମୀ ୨୦୨୧ ହରିଦ୍ୱାର କୁମ୍ବମେଳା ଅବସରରେ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଆଖଡା ପଞ୍ଚାୟତର ନିରଞ୍ଜନ ଆଖଡା ମହାମଣ୍ଡଳେଶ୍ୱର ଅଭିଷେକ କରାଯିବ।

{"id":151844,"width":578,"height":324}

ତେବେ ସନାତନ ପରମ୍ପରାରେ ସନ୍ୟାସୀ ହେବା ସବୁଠୁ କଠିନ କାର୍ଯ୍ୟ । ଶିକ୍ଷା, ଜ୍ଞାନ ଓ ସଂସ୍କାର ସମେତ ସାମାଜିକ ସ୍ତରକୁ ଦୃଷ୍ଟିରେ ରଖି ସନ୍ୟାସୀଙ୍କୁ ମହାମଣ୍ଡଳେଶ୍ୱର ଭଳି ପଦବୀ ପ୍ରଦାନ କରାଯାଇଥାଏ। ମହାମଣ୍ଡଳେଶ୍ୱର ଆଖଡାର ଅଙ୍ଗ ହୋଇଥାନ୍ତି ଓ ଆଖଡାମନଙ୍କୁ ସନାତନ ଧର୍ମର ରକ୍ଷାକର୍ତ୍ତା ନାଗା ସନ୍ୟାସୀମାନଙ୍କର ସଙ୍ଗଠନ ବୋଲି କୁହାଯାଏ। ସାଧାରଣ ସନ୍ୟାସୀଙ୍କୁ ମହାମଣ୍ଡଳେଶ୍ୱର ହେବାକୁ ଦୀର୍ଘବର୍ଷ ଲାଗିଯାଇଥାଏ। ପ୍ରଥମେ ସନ୍ୟାସୀମାନଙ୍କର ମଣ୍ଡଳି ପରିଚାଳନା କରୁଥିବା ଛୋଟଛୋଟ ମଣ୍ଡଳିରୁ କ୍ରମେସନ୍ୟାସୀ ମହାମଣ୍ଡଳେଶ୍ୱର ହୋଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.