Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

୨ ଭଉଣୀଙ୍କୁ କିଏ ନଦୀକୁ ଠେଲି ଦେଇନି ତ? ଶାନ୍ତ-ସରଳ ୨ ଜଣ ଯୁବତୀ କାହିଁକି କରିବେ ଆତ୍ମହତ୍ୟା…? ପୋଷ୍ଟମର୍ଟମ ରିପୋର୍ଟ କହିବ, ସତ କ’ଣ

19/10/2020 at 4:42 PM

ବଲାଙ୍ଗୀର୧୯/୧୦: ଏକାସାଙ୍ଗରେ ୨ ଭଉଣୀ ନଦୀକୁ ଡେଇଁ ଜୀବନ ହାରିବା ଘଟଣାକୁ ସ୍ଥାନୀୟ ଲୋକେ ହଜମ କରିପାରୁ ନାହାନ୍ତି। ୨ ଭଉଣୀ ଡେଇଁ ପଡିଥିଲେ ନା, ସେମାନଙ୍କୁ ଠେଲି ଦିଆଯାଇଛି, ତାହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି। ବ୍ରିଜ ଉପରୁ ଡେଇଁ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି l ବଡ ଭଉଣୀ ଅନମୋଲ ଚାଟାର୍ଡ ଆକାଉଟାଣ୍ଟ୍‌ ହେବାର ସ୍ବପ୍ନ ଦେଖିଥିଲେ।

ସାନ ଭଉଣୀ ଆଞ୍ଚଲ୍‌ ଫ୍ୟାସନ୍‌ ଡିଜାଇନ୍‌ର ହେବାର ସ୍ବପ୍ନ ଦେଖିଥିଲେ। ହେଲେ କ୍ଷଣକରେ ସବୁ ସ୍ବପ୍ନ ଚୁରମାର ହୋଇଗଲା ସେପଟେ ଦୁଇ ଭଉଣୀଙ୍କ ଏଭଳି ବିଦାୟ ପରେ ଏବେ ଏକା ପଡ଼ିଯାଇଛି ପୁରା ସାନ ଭଉଣୀ l ପରିବାର ଲୋକ ଏ ନେଇ ପୁରା ଚୁପ୍ ଥିବା ବେଳେ ଅନ୍ଧାରରେ ବାଡ଼ି ବୁଲାଇ ମୃତ୍ୟୁର କାରଣ ଖୋଜୁଛି ପୋଲିସl ଆଉ ଅଧୁରା ରହିଗଲା ୨ ଭଉଣୀଙ୍କ ସ୍ବପ୍ନ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ୨ ଭଉଣୀ କାହିଁକି ନଦୀକୁ ଡ଼େଇଁଲେ, ସେମାନେ କୁଆଡେ ଯାଇଥିଲେ, ପୂର୍ବରୁ ସେମାନଙ୍କ ମଧ୍ୟରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା କି, କିମ୍ବା ଦୁଇ ଭଉଣୀଙ୍କୁ କିଏ ହଇରାଣ ହରକତ କରୁଥିଲେ କି ?  ଏତମା ଘଟଣା ଯେତେବେଳେ ସାମ୍ନାକୁ ଆସୁଛି, ସେତେବେଳେ ମୃତ ୨ ଭଉଣୀଙ୍କ ପରିବାର କିମ୍ବା ପୋଲିସ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ପାରୁ ନାହିଁ। କେମିତି ଅଚାନକ ଦୁଇ ଭଉଣୀ ଆତ୍ମହତ୍ୟା କଲେ, ପୂର୍ବରୁ କିଛି ହୋଇଥିଲା କି, ନା ସେମାନଙ୍କୁ ନଦୀ ଉପରୁ ଠେଲି ଦିଆଯାଇଛି। ବର୍ତ୍ତମାନ ଏ ସବୁ ପ୍ରଶ୍ନ ବିଭିନ୍ନ ମହଲରେ ଉଠିଛି।

୨ ଭଉଣୀ ହସ ଖୁସ୍ ମିଜାଜ୍ ଥିଲେ। ଦୁଇ ଭଉଣୀଙ୍କ ଏଭଳି ଅକସ୍ମାତ୍ ମୃତ୍ୟୁ ସମସ୍ତଙ୍କୁ କରି ଦେଇଛି ଆଚମ୍ବିତ। ସେପଟେ ଏବେ ବି ଦୁଇ ଭଉଣୀଙ୍କ ଏଭଳି ମୃତ୍ୟୁକୁ ନେଇ ବିଶ୍ୱାସ କରି ପାରୁ ନାହାନ୍ତି ପାଠ ପଢିଥିବା ଅଧ୍ୟାପିକା। ଦୁଇ ଭଉଣୀ ଭାରି ଲାଜକୁଳୀ ଥିଲେ। ସେମାନେ ଏପରି କରିବେ କେହି ବିଶ୍ବାସ କରି ପାରୁ ନାହାନ୍ତି।

ସେପଟେ ଗୁଡ଼ଭେଲା ଗାଁରେ ଗୋଟିଏ ଜୁଇରେ ଜଳିଛି ଦୁଇ ଭଉଣୀଙ୍କ ଶବ। ପରିବାର, ବନ୍ଧୁ ବାନ୍ଧବ ସମସ୍ତେ ସ୍ତବ୍ଧ। ଏପରିକି ଘଟଣାର ଅଧିକ ତଦନ୍ତ ଦାବି କରିଚନ୍ତି ସାଙ୍ଗ ସାଥି l ସେପଟେ ତଦନ୍ତ ଚାଲୁଛି। ପରିବାର ଲୋକଙ୍କୁ ପଚରାଉଚୁରା ଚାଲିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏନେଇ ଅଧିକ କହି ହେବ ବୋଲି କହିଛନ୍ତି ତଦନ୍ତ କରୁଥିବା ବଲାଙ୍ଗୀର ଏସ୍‌ଡିପିଓ।

   Related Posts