ଲାଇଭଷ୍ଟକ୍ ଇନ୍ସପେକ୍ଟର ଟ୍ରେନିଂ ସେଣ୍ଟରରେ ବାହାଘର ପାର୍ଟି ଦେଇଥିଲେ ବିଦ୍ୟା : ଆସିଥିଲେ ପର୍ସନାଲ୍ କାର୍ ଓ ଡ୍ରାଇଭର୍ ସାଥିରେ, ବହନ କରିଥିଲେ ସବୁ ଖର୍ଚ୍ଚ

Published By : Prameya-News7 Bureau | July 22, 2021 IST

ବଲାଙ୍ଗୀର ୨୨।୭: ଏସିଏଫଓ ସୌମ୍ୟରଞ୍ଜନ ଡେଥ୍‌ ମିଷ୍ଟ୍ରିର ବଡ ଖୁଲାସା । ବଲାଙ୍ଗୀରରୁ ଆସିଛି ନୂଆ ତଥ୍ୟ । ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଟ୍ରେନିଂ ସେଣ୍ଟରରେ ଅପ୍ରେଲ ୧୧ ତାରିଖ ରବିବାର ଦିନ ବଲାଙ୍ଗୀରରେ ବାହାଘର ପାର୍ଟି ଦେଇଥିଲେ ବିଦ୍ୟାଭାରତୀ

। ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଟ୍ରେନିଂ ସେଣ୍ଟରରେ ସହପାଠୀଙ୍କୁ ପାର୍ଟି ଦେଇଥିଲେ । କରୋନା କଟକଣାରେ ସମସ୍ତଙ୍କୁ ଦେଇଥିଲେ ଟ୍ରିଟ୍‌ । ମଟନ, ଚିକେନ, ଖିରି ଯିଏ ଯାହା ଖାଇବ କ୍ୟାଣ୍ଟିନରୁ ଅର୍ଡର କରିଥିଲେ ବିଦ୍ୟାଭାରତୀ । ସମସ୍ତ ଖର୍ଚ୍ଚ ବହନ କରିଥିଲେ ନିଜେ ବିଦ୍ୟାଭାରତୀ । ନିଜ ପସନ୍ଦର ଖାଇବା ନେଇ ନିଜ ନିଜ ରୁମ୍‌ରେ ଖାଇଥିଲେ ସହପାଠୀ ।

ପାର୍ଟି ପୂର୍ବରୁ ଟ୍ରେନିଂ ସେଣ୍ଟରରେ ଏକା ପହଞ୍ଚିଥିଲେ ବିଦ୍ୟାଭାରତୀ । ଡ୍ରାଇଭର ସହ ଏକ କାର୍‌ରେ ଏକା ଯାଇଥିଲେ । ସାଧାରଣତଃ ବିବାହିତ ଯୁବତୀମାନେ ନିଜ ସ୍ବାମୀଙ୍କ ସାଥିରେ ଏବଂ ଅବିବାହିତାମାନେ ନିଜ ବାପା-ମା’ଙ୍କ ସାଥିରେ ଆସିଥାନ୍ତି । ଟ୍ରେନିଂ ସେଣ୍ଟର କର୍ତ୍ତୃପକ୍ଷ ପଚାରିବାରୁ ପର୍ସନାଲ କାର୍‌, ପର୍ସନାଲ ଡ୍ରାଇଭର ସାଥିରେ ଆସିଥିବା କହିଥିଲେ ବିଦ୍ୟାଭାରତୀ । ଏଠି ପ୍ରଶ୍ନ ଉଠୁଛି ବିଦ୍ୟାଭାରତୀ ଯାଇଥିବା କାର୍‌ଟି କାହାର ଥିଲା ?

ନ୍ୟୁଜ୍ ସେଭେନ୍ କୁ ମିଳିଥିବା ତଥ୍ୟ ଅନୁସାରେ ବିଦ୍ୟାଭାରତୀଙ୍କ ଟ୍ରେନିଂ ସେଣ୍ଟରକୁ ଯାଇ ଛାନଭିନ୍‌ କରିଛି ତଦନ୍ତକାରୀ ଟିମ୍‌ । ବଲାଙ୍ଗୀରରେ ବିଦ୍ୟାଭାରତୀଙ୍କ ସମସ୍ତ କାର୍ଯ୍ୟକଳାପର ଡାଟାବେସ୍‌ ପ୍ରସ୍ତୁତ କରିଛି ପୋଲିସ । ଟ୍ରେନିଂ ସେଣ୍ଟର ଡେପୁଟି ଡାଇରେକ୍ଟରଙ୍କ ସହ କଥା ହୋଇଛନ୍ତି ଗଜପତି ଏସପି ଓ ଅତିରିକ୍ତ ଏସପି ।

କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ଼ ସହ ପ୍ରାୟ ୮୦ ଜଣ ସହପାଠୀଙ୍କ ଫୋନ୍‌ ନମ୍ବର ଓ ଫଟୋ ନେଇଛି ପୋଲିସ ବିଦ୍ୟାଭାରତୀଙ୍କ ସହପାଠୀମାନେ କିଏ କେଉଁ ନମ୍ବର ରୁମ୍‌ରେ ରହୁଥିଲେ ତା’ର ବି ତଥ୍ୟ ନେଇଛି ପୋଲିସ । ଅପ୍ରେଲ ୧୩ରେ ବିଦ୍ୟାଭାରତୀଙ୍କୁ ଆଣିବାକୁ ଟ୍ରେନିଂ ସେଣ୍ଟରରେ ପହଞ୍ଚିଥିଲେ ବିଦ୍ୟାଭାରତୀଙ୍କ ବାପା-ମା’ । କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ଝିଅକୁ ଆଣି ଆସିଥିଲେ ବିଦ୍ୟାଭାରତୀଙ୍କ ପରିବାର ଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.