ମୁହଁ ଖୋଲିଲେ ଏସିଏଫଓ ସୌମ୍ୟରଞ୍ଜନଙ୍କ ପତ୍ନୀ : ଅଭିଯୋଗକୁ କଲେ ଖଣ୍ଡନ, ସିସିଟିଭି ଯାଞ୍ଚ ପାଇଁ ଉଠାଇଲେ ଦାବି

Published By : Prameya-News7 Bureau | July 15, 2021 IST

ଉଦଳା ୧୫।୭: ପାରଳାଖେମୁଣ୍ଡି ଏସିଏଫ୍‌ଓଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି । ଏସିଏଫ୍‌ଓ ସୌମ୍ୟରଞ୍ଜନ ମହାପାତ୍ର ନିଆଁରେ ପୋଡି ହୋଇନାହାନ୍ତି ବରଂ ତାଙ୍କୁ ପୋଡି ଦିଆଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା । ଘଟଣାରେ ପୁଣି ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନରେ କାର୍ଯ୍ୟ କରୁଥିବା ରୋଷେୟା, ଗଜପତି ଡିଏଫ୍‌ଓ ଏବଂ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । 

ବୁଢିଆଣୀ ଜାଲର ଅଡୁଆ ସୂତାରେ ଛନ୍ଦି ହେବା ପରି ଦିନକୁ ଦିନ ପାରଳାଖେମୁଣ୍ଡି ଏସିଏଫ୍ଓ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ଭିନ୍ନ ମୋଡ ସାମ୍ନାକୁ ଆସୁଛି ।  ଗୋଟିଏ ପଟେ ସୌମ୍ୟରଞ୍ଜନଙ୍କ ବାପା ଏବଂ ପରିବାର ଲୋକେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଗଜପତି ଡିଏଫଓ ଏବଂ ରୋଷେୟାଙ୍କ ସଂପୃକ୍ତି ଥିହା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ଘଟଣା ବାବଦରେ ମୁହଁ ଖୋଲିଛନ୍ତି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ।  ଅନୈତିକ ସଂପର୍କକୁ ନେଇ ଡିଏଫଓ, ରୋଷେୟାଙ୍କ ସହିତ ମିଶି ବିଦ୍ୟାଭାରତୀ ସୌମ୍ୟରଞ୍ଜନଙ୍କୁ ହତ୍ୟା କରିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଏହାସହିତ ସେ ଡିଏଫଓଙ୍କୁ ଚିହ୍ନି ନଥିବା, କେବେ ତାଙ୍କ ସହିତ କଥା ହୋଇ ନଥିବା କହିଛନ୍ତି । ଏପରିକି ସେ ରହୁଥିବା କ୍ବାର୍ଟରରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ଲାଗି ସେ ଦାବି କରିଛନ୍ତି । ଏହା ସହିତ ଏସିଏଫ୍‌ଓ ସୌମ୍ୟରଞ୍ଜନ ଆତ୍ମହତ୍ୟା ମଧ୍ୟ କରି ନ ଥିବା ଜୋର ଦେଇ କହିଛନ୍ତି ବିଦ୍ୟାଭାରତୀ ।

wp:html /wp:html

ସେପଟେ ବିଦ୍ୟାଭାରତୀଙ୍କ ବାପା ମଧ୍ୟ ଉଚିତ ତଦନ୍ତ ଦାବି କରିବା ସହିତ ପୋଲିସ ଉପରେ ଭରସା ରଖିଛି ଏବଂ ତାଙ୍କ ଝିଅ ନାଁରେ ଆସିଥିବା ଅଭିଯୋଗ ମିଥ୍ୟା ପ୍ରମାଣିତ ହେବ ବୋଲି ସେ କହିଛନ୍ତି । ପୋଲିସ ତଦନ୍ତ ପରେ ପୁରା କଥା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

wp:embed {"url":"http://www.prameyanews7.com/fir-lodge-against-three-on-acfo-soumyaranjan-mrutyu-case/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/fir-lodge-against-three-on-acfo-soumyaranjan-mrutyu-case/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.