Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ADGଙ୍କୁ ଭେଟିଲେ ମୃତ ଏସିଏଫ୍‌ ସୌମ୍ୟଙ୍କ ବାପା : କହିଲେ- ତଦନ୍ତରେ ସ୍ୱଚ୍ଛତା ପାଇଁ ଡିଏଫ୍‌ଓଙ୍କୁ ବଦଳି କର, ବିଦ୍ୟାଭାରତୀଙ୍କୁ ତୁରନ୍ତ ବାନ୍ଧ…

28/09/2021 at 2:50 PM

କଟକ ୨୮।୦୯:  ଏସିଏଫ୍‌ ସୌମ୍ୟରଞନ ମୃତ୍ୟୁ ମାମଲାକୁ ୭୫ ଦିନ ବିତିଲାଣି, କିନ୍ତୁ ଏଯାଏଁ ସେହି ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ପର୍ଦ୍ଦା ଉଠିଲା ନାହିଁ । ତେଣୁ ମାମଲାର ପୁନଃ ତଦନ୍ତ ପାଇଁ ଦାବି କରିଛନ୍ତି ମୃତ ସୌମ୍ୟଙ୍କ  ବାପା । ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୂଖ୍ୟାଳୟରେ ପହଞ୍ଚି , ଏ ଡି ଜି କ୍ରାଇମଙ୍କୁ ଭେଟି ନିଜ ଦାବି ରଖିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର। ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦିକୁ ନେଇ ସେ ସନ୍ଦେହ ପ୍ରକଟ କରିଛନ୍ତି । ଏଯାଏଁ କାହିଁକି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ବାପା । ପାରଳାଖେମୁଣ୍ଡି ଡିଏଫ୍ଓଙ୍କୁ ବଦଳି ନକଲା ଯାଏଁ ତଦନ୍ତରେ ସ୍ବଛତା ରହିବନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।  

ଖବର ଅନୁଯାୟୀ,  ଏସିଏଫ୍‌ ସୌମ୍ୟରଞନ ମୃତ୍ୟୁ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏହାଭିତରେ ଏକାଧିକ ବ୍ୟକ୍ତିଙ୍କୁ ପଚରା ଉଚରା କରା ସରିଲାଣି । ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ପାରଳାଖେମୁଣ୍ଡି  ଡିଏଫଓଙ୍କ  ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ ହୋଇସାରିଛି ।  ହେଲେ ଏଯାଏଁ ସେହି ରହସ୍ୟଜନକ ଘଟଣା ଉପରୁ ପର୍ଦ୍ଦା ଉଠାଇପାରିଲା ନାହିଁ କ୍ରାଇମବ୍ରାଞ୍ଚ ।

ସୌମ୍ୟଙ୍କ ମୃତ୍ୟୁକୁ ଅଢେଇ ମାସ ବିତିଲାଣି, ତେଣୁ ବ୍ୟବସ୍ଥା ଉପରୁ ଧୀରେ ଧୀରେ ଭରଷା ତୁଟାଇଲେଣି ସୌମ୍ୟଙ୍କ ପରିବାର ।  ତେଣୁ ଆଜି ପୁଣିଥରେ ସୌମ୍ୟଙ୍କ ବାପା  କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୂଖ୍ୟାଳୟରେ ପହଞ୍ଚି , ଏଡିଜି କ୍ରାଇମଙ୍କୁ ଭିଟିଛନ୍ତି. ପୁରା ଘଟଣାର ଆଉଥରେ ତଦନ୍ତ କରିବା ଲାଗି ଗୁହାରି କରିଛନ୍ତି । ଏହା ସହିତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତ । ତଦନ୍ତରେ ସ୍ବଛତା ଆଣିବାକୁ ହେଲେ ପାରଳାଖେମୁଣ୍ଡି  ଡି ଏଫ୍ ଓ ଙ୍କୁ ତୂରନ୍ତ ବଦଳି କରାଯାଉ ବୋଲି ଦାବି କରିଛନ୍ତି ମୃତ ସୌମ୍ୟଙ୍କ ବାପା ।

ସେହିପରି ସୌମ୍ୟଙ୍କ ଶରୀରର ୯୫ ପ୍ରତିଶତ ପୋଡିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ହୋଇଛି । କିନ୍ତୁ ରିପୋର୍ଟରେ ଅନେକ ତୃଟି ରହିଥିବାର ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ପରିବାରର ଓକିଲ  । ଏପରିକି ସୌମ୍ୟଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଘଟଣାସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଦେଇଥିବା ଗଙ୍ଗାଧର ପ୍ରଧାନଙ୍କୁ  କ୍ରାଇବ୍ରାଞ୍ଚ ତୁରନ୍ତ ପଚରା ଉଚରା କଲେ ଅନେକ ଗୁମର ଖୋଲିବ .ଏବଂ ପଲିଗ୍ରାଫ୍ ଟେଷ୍ଟରେ ବିଦ୍ୟା ଭରତୀ କଣ କହିଛନ୍ତି, ତାକୁ ସାର୍ବଜନୀନ କରାଗଲେ ସମସ୍ତ ରହସ୍ୟ ଉପରୁ ପର୍ଦ୍ଦା ଉଠିପାରିବ ବୋଲି କହିଛନ୍ତି ଓକିଲ ପାର୍ଥସାରଥୀ ନାୟକ ।

   Related Posts