ଏସିଏଫଓ ମୃତ୍ୟୁ ମାମଲା : ଦୋଷୀକୁ ଦଣ୍ଡ ଦାବିରେ ୬ ଘଣ୍ଟିଆ ଖଇରା ବନ୍ଦ

Published By : Prameya-News7 Bureau | September 09, 2021 IST

ସୋର, ୦୯|୦୯: ୬ ଘଣ୍ଟିଆ ଖଇରା ବନ୍ଦ । ଗୁରୁବାର ସକାଳ ୬ରୁ ଦିନ ୧୨ ଯାଏ ଦୋକାନ ବଜାର ବନ୍ଦ । ଯୁବ ଏସିଏଫଓ ସୌମ୍ୟ ରଂଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦାବିରେ ଛଅ ଘଣ୍ଟିଆ ଖଇରା ବନ୍ଦ କରାଯାଇଛି ।

ସକାଳ ୬ ରୁ ଦିନ ୧୨ଟା ପର୍ଯନ୍ତ ବନ୍ଦ ଡାକରା ଦିଆଯାଇଛି । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି l ସୂଚନାନୁସାରେ, ପାରଳାଖେମୁଣ୍ଡିର ସହକାରୀ ଵନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ୫୯ ଦିନ ଵିତିଯାଇଥିଲେ ଏଯାଏ ଦୋଷୀ ଧରାପଡିନାହାନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

ଗତ ଚାରି ଦିନ ତଳେ ଖଇରା ଦୁର୍ଗାମଣ୍ଡପ ପରିସରେ ୨୦ରୁ ଅଧିକ ସଂଗଠନ ଓ ବ୍ୟବସାୟୀ ସଙ୍ଘ ପକ୍ଷରୁ ବନ୍ଦ ଡାକରା ନେଇ ନିଷ୍ପତ୍ତି ହୋଇଥିଲା । ଆନ୍ଦୋଳନକାରୀଙ୍କ ଦାବି, ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଏସିଏଫ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁ ଏବଂ ଦୋଷୀକୁ ଦଣ୍ଡ ଦେଉ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆହୁରି ଆନ୍ଦୋଳନ ତୀବ୍ର ହେଵା ନେଇ ଚେତାବନୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.