Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଦିନକୁ ଦିନ ଅଧିକ ସସ୍‌ପେନ୍ସ ଘେରକୁ ଚାଲିଯାଉଛି ପାରଳାଖେମୁଣ୍ଡି ଏସିଏଫ୍‌ଓ ମୃତ୍ୟୁ ମାମଲା, କେତେ ବାଟ ଆଗେଇଲାଣି ତଦନ୍ତ ? କିଏ ଦୋଷୀ…

24/07/2021 at 8:08 PM

ପାରଳାଖେମୁଣ୍ଡି, ୨୪।୦୭:  ଏସିଏଫ୍‌ଓ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍‌, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନ୍‌ଚିଟ୍‌ ଦେଇସାରିଛନ୍ତି । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସୌମ୍ୟଙ୍କ ପରିବାର ଲୋକ । ସେପଟେ ବିଦ୍ୟାଭାରତୀଙ୍କୁ ପୁଣି ଥରେ ଜେରା କରାଯିବ ଏବଂ ତାଙ୍କ ସମ୍ପର୍କରେ ଅଧିକ ତଦନ୍ତ କରିବାକୁ ପୋଲିସ ଟିମ୍‌ ବଲାଙ୍ଗିର ଯାଇଥିବା କହିଛନ୍ତି ଏସପି ।

ଜରା ପରେ ସଙ୍ଗେ ସଙ୍ଗେ କ୍ଲିନ୍‌ ଚିଟ୍‌ କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସୌମ୍ୟଙ୍କ ପରିବାର ଲୋକ । ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ବଡ଼ ଭାଇ ରଞ୍ଜନ ମହାପାତ୍ର । ତାଙ୍କର କହିବା କଥା ପୋଲିସ ସମସ୍ତଙ୍କୁ କ୍ଲିନ୍‌ ଚିଟ୍‌ ଦେଉଥିଲେ ବି ସତ କଥା ହେଉଛି ମୋ ଭାଇ ପୋଡ଼ି ହୋଇ ମରିଛି । ହେଲେ କେଉଁ ଲିଙ୍କ୍‌ରେ ସେ ମରିଛି ତାକୁ ଖୋଜି ବାହାର କରିବା ପୋଲିସର କାମ । ସେ କ’ଣ ପାଇଁ ମରିଛି ତା’ର କାରଣ ଖୋଜିବା ବି ଦରକାର । ଭାଇ ମୃତ୍ୟୁକୁ ନେଇ ନ୍ୟାୟ ପାଇଁ ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବୁ ବୋଲି କହିଛନ୍ତି ରଞ୍ଜନ । ଏଥି ଲାଗି ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ସହ ଆବଶ୍ୟକ ପଡ଼ିଲେ ଘଟଣାର CBI ତଦନ୍ତ ପାଇଁ ଆବେଦନ କରିବୁ ବୋଲି ସେ କହିଛନ୍ତି । 

ତେବେ ସୌମ୍ୟଙ୍କ ସମ୍ପର୍କୀୟ ଭାଇଙ୍କ କହିବା କଥା ପୋଲିସ କ’ଣ ଦେଖି ସମସ୍ତଙ୍କୁ କ୍ଲିନ୍‌ ଚିଟ୍‌ ଦେଲା ତାହା ଆମେ ବୁଝିପାରୁନୁ । ବାହାଘର ପରେ ଭାଇ ମାନସିକ ଅବସାଦରେ ରହୁଥିଲା । ଯାହା ତା’ର ଡାଏରୀରୁ ମିଳିଥିବା ଲେଖା ଏବଂ ବିଦ୍ୟାଭାରତୀଙ୍କ ଚିଠିରୁ ସ୍ପଷ୍ଟ ହେଉଛି । ତେଣୁ ମୋ ଭାଇ ସୌମ୍ୟଙ୍କୁ ଯୋଜନା ମୁତାବକ ମର୍ଡ଼ର କରାଯାଇଛି । ଏହା ପଛରେ ବହୁ ଲୋକଙ୍କ ହାତ ରହିଥିବା ଜଣାପଡ଼ୁଛି । ସେହିଭଳି ସୌମ୍ୟଙ୍କ ପରିବାରର ଓକିଲଙ୍କ କହିବା କଥା ପୋଲିସ ପ୍ରଥମ ବିଦ୍ୟାଭାରତୀଙ୍କୁ କଷ୍ଟୋଡିକୁ ନେବା କଥା । 

ସେପଟେ ବଲାଙ୍ଗିର ଲାଇଭଷ୍ଟକ ଇନ୍ସପେକ୍ଟର ଟ୍ରେନିଂ ସେଣ୍ଟରକୁ ଯାଇ ବିଦ୍ୟାଭାରତୀଙ୍କ ସମ୍ପର୍କରେ ଅଧିକ ତଦନ୍ତ କରିବାକୁ ପୋଲିସ ଟିମ୍‌ ବାହାରିଥିବା କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ।  ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛର କାରଣ ଖୋଜିବା ସହ ଅଭିଯୋଗକାରୀଙ୍କୁ ନ୍ୟାୟ ଦେବାକୁ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ  କରାଯାଉଛି । ଆବଶ୍ୟକ ପଡ଼ିଲେ ବିଦ୍ୟାଭାରତୀ ଏବଂ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ମଧ୍ୟ ପୁଣି ଥରେ ଜେରା କରାଯାଇପାରେ ବୋଲି କହିଛନ୍ତି ଗଜପତି ଏସପି ।

ଦିନକୁ ଦିନ ଅଧିକ ସସ୍‌ପେନ୍ସ ଘେରକୁ ଚାଲିଯାଉଛି ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା । ପତ୍ନୀ ବିଦ୍ୟାଭାରତୀଙ୍କ ସହ ସୌମ୍ୟଙ୍କ ସମ୍ପର୍କ ଭଲ ନଥିଲା ତାହା ତ ସ୍ପଷ୍ଟ ହେଉଛି, ହେଲେ କେମିତି ଓ କେଉଁ କାରଣ ପାଇଁ ନିଆଁରେ ପୋଡ଼ି ହୋଇ ସୌମ୍ୟଙ୍କ ମୃତ୍ୟୁ ଘଟିଲା ତାକୁ ନେଇ କିନ୍ତୁ ଲାଗି ରହିଛି ଦ୍ବନ୍ଦ୍ବ ।

   Related Posts