‘ମୋ ପୁଅକୁ ବିଦ୍ୟା ହିଁ ମାରିଛି, ତାକୁ ଗିରଫ କରାଯାଉ’ : ମୃତ ସୌମ୍ୟଙ୍କ ମା’

Published By : Prameya-News7 Bureau | September 20, 2021 IST

ସୋର ୨୦।୯: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ଏଯାଏଁ ହଟିପାରିନି ପରଦା । ମୃତ୍ୟୁର ଦୁଇ ମାସ ପରେ ବି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ ଭେଦ କରିପାରିନି ପୋଲିସ କି କ୍ରାଇମବ୍ରାଞ୍ଚ । ରହସ୍ୟ ଉପରୁ ପରଦା ହଟାଇବାକୁ, ବିଦ୍ୟାଭାରତୀ କେତେ ମିଛ କହୁଛନ୍ତି ଆଉ କେତେ ସତ ତାହା ଜାଣିବାକୁ ସୋମବାର ତାଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଉଛି । ଆଉ ଆଜି ଧରା ପଡ଼ିପାରେ ବିଦ୍ୟାଙ୍କ ମିଛ ।  

ଏହାକୁ ନେଇ ମୃତ ସୌମ୍ୟରଞ୍ଜନଙ୍କ ମା’ ତୁଳସୀ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୋ ପୁଅକୁ ସେ ହିଁ ମାରିଦେଇଛି । ତେଣୁ ତାକୁ ଗିରଫ କରାଯାଉ । ତହିସିଲଦାର, ଓଆଇସି ମମତା ପଣ୍ଡା, ଚିକିତ୍ସା କରିଥିବା ଡାକ୍ତର ଓ ଜିଲ୍ଲାପାଳଙ୍କର ଲାଏ ଡିଟେକ୍ସନ କରାଯାଉ ବୋଲି ସୌମ୍ୟରଞ୍ଜନଙ୍କ ମା’ କହିଛନ୍ତି । ପ୍ରଥମେ ପୋଲିସ ଓ ତାପରେ କ୍ରାଇମବ୍ରାଞ୍ଚ ତଦନ୍ତ, ହେଲେ ଏପର୍ଯ୍ୟନ୍ତ କିଛି ଫଳ ମିଳିନି । ବିଦ୍ୟାଭାରତୀକୁ ଗିରଫ କରାଯିବା ନେଇ ଦାବି କରିଛନ୍ତି  ମୃତ ସୌମ୍ୟରଞ୍ଜନଙ୍କ ମା’ ତୁଳସୀ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.