Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଘଟଣା ଦିନ ରାତିରେ ୨ ପୋଲିସ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ

4/10/2021 at 5:35 PM

କଟକ ୪।୧୦: କ୍ରାଇମବ୍ରାଞ୍ଚ୍ ତଦନ୍ତ ଉପରୁ ଭରଷା ତୁଟାଇଲେ ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପରିବାର । ସେହି ରହସ୍ୟଜନକ ମୃତ୍ୟୁ ମାମଲା ଉପରୁ ପର୍ଦ୍ଦା ଉଠାଇବା ଲାଗି ସୋମବାର ସୌମ୍ୟଙ୍କ ବାପା ହାଇକୋର୍ଟଙ୍କ ଆଶ୍ରୟ ନେଇଛନ୍ତି । ପୁରା ଘଟଣା କ୍ରମର ତଦନ୍ତ, ସିବିଆଇ କିମ୍ବା ହାଇକୋର୍ଟଙ୍କ ଦ୍ଵାରା ଗଠିତ ଏସଆଇଟି ଦ୍ଵାରା କରାଯାଉ ବୋଲି ସେ ପ୍ରାର୍ଥନା କରି ପିଟିସନ ଦାଏର କରିଛନ୍ତି ।

ଏହି ସମ୍ବେଦନଶୀଳ ମାମଲାରେ ପାରଳାଖେମୁଣ୍ଡି ଥାନା ଆଇଆଇସି ଏବଂ ମହିଳା ଏସଆଇଙ୍କ ସଂପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି ।  ନିଆଁରେ ପୋଡିହୋଇ ସୌମ୍ୟରଞ୍ଜନ ଗୁରୁତର ଥିବା ଅବସ୍ଥାରେ ଏହି ୨ ପୋଲିସ ଅଧିକାରୀ ତାଙ୍କ ଘରୁ ଅନେକ କାଗଜପତ୍ର ସହ କିଛି ପ୍ରମାଣ ନଷ୍ଟ କଲା ଭଳି ଜିନିଷମାନ ନେଇଯାଇଥିବା ଏକ ଭିଡିଓ କ୍ଲିପ୍ ଦେଖାଇଛନ୍ତି ସୌମ୍ୟଙ୍କ ବାପା ।

ଉକ୍ତ ଭିଡିଓ ହିଁ ସ୍ପଷ୍ଟ କରୁଛିଯେ , ପ୍ରମାଣ ନଷ୍ଟ କରିବାରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତି ଅଛି । ତେଣୁ ସୌମ୍ୟଙ୍କ ମୃତ୍ୟୁର ୮୧ ଦିନ ପରେ ବି କ୍ରାଇମବ୍ରାଞ୍ଚ୍ର ହାତ ଖାଲି ଥିବା ଅଭିଯୋଗ କରିଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ।

   Related Posts