ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ବଲାଙ୍ଗୀରରେ ପାରଳାଖେମୁଣ୍ଡି ପୋଲିସ, ଖୋଲତାଡ଼ କରିବ ଟିମ୍‌

Published By : Prameya-News7 Bureau | July 25, 2021 IST

ବଲାଙ୍ଗୀର ୨୫।୦୭: ACF ସୋମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୧୦ରୁ ଅଧିକ ଦିନ ବିତିଗଲାଣି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସୌମ୍ୟଙ୍କର ମୃତ୍ୟୁ ହୋଇଛି ନା ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ । ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛନ୍ତି । ଏସବୁ ଭିତରେ ବଲାଙ୍ଗୀରରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସ ।

{"id":485397,"sizeSlug":"large","linkDestination":"none"}

ଖବର ଅନୁଯାୟୀ,  ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲାର ଅଧିକ ତଦନ୍ତ ପାଇଁ ବଲାଙ୍ଗୀରରେ ପାରଳାଖେମୁଣ୍ଡି ପୋଲିସ। ଶନିବାର ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେରେ ୫ ଜଣିଆ ଟିମ ପହଞ୍ଚିଛନ୍ତି । ଆଜି ପ୍ରାଣୀଧନ ନିରୀକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରେ ପହଂଚି ତଦନ୍ତ କରିବା ସହ ସେଠାରେ ଥିବା ଡେପୁଟି ଡ଼ାଇରେକ୍ଟର ହେମନ୍ତ ପ୍ରଧାନଙ୍କୁ ପଚରାଉଚୁରା କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ସୋମ୍ୟରଂଜନଙ୍କ ମୃତ୍ୟୁ ପରେ ବଲାଂଗୀର ରେ ଲିଙ୍କ କଥା ଉଠିଥିଲା। ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା ସେଠାରେ ଏଲଆଇ ଟ୍ରେନିଂ ନେଉଥିଲେ । ତେବେ ସେ ଲକଡାଉନ ପରେ ବଲାଙ୍ଗିର ଏକା କାରରେ ଆସିବା କଥାକୁ ନେଇ ସନ୍ଦେହ ଆହୁରି ଦୃଢ଼ୀଭୁତ କରିଥିଲା । ଏହାର ତଦନ୍ତ ପାଇଁ ଆଜି ବିଦ୍ୟା ପଢୁଥିବା କଲେଜକୁ ଯିବ ପୋଲସ ଟିମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.