ଗ୍ରାହକ ସେବା ପ୍ଲାଟଫର୍ମ Kustomerକୁ ୧ ବିଲିୟନ ଡଲାରରେ କିଣିଲା ​‌ଫେସବୁକ୍, ଗ୍ରାହକଙ୍କୁ ଦେବ ଏହି ସବୁ ଫିଚର୍ସ୍

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧/୧୨ : ଲୋକପ୍ରିୟ ଆପ ଫେସବୁକ ଆଉ ପାଦେ ଆଗେଇଛି । ଖୁବଶୀଘ୍ର ଫେସବୁକ୍ ତାର ଗ୍ରାହକମାନଙ୍କ ପାଇଁ ଆରମ୍ଭ କରିବାକୁ ଯାଉଛି କଷ୍ଟୋମର୍ ସର୍ଭିସ୍ । ଏହି ସେବା ପ୍ରଦାନକାରୀ କମ୍ପାନୀର ନାଁ ହେଉଛି Kustomer । ଏହାକୁ ପ୍ରାୟ ୧୦୦ କୋଟି ଟଙ୍କାରେ କିଣିଛି ଫେସବୁକ୍ । ବିଶେଷକରି ଏହି ନୂଆ ପ୍ଲାଟଫର୍ମରେ ଗ୍ରାହକମାନଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ ହେବ । ଫେସବୁକରେ ଡାଟାଗୁଡିକୁ ଆହୁରି ସୁରକ୍ଷିତ ରଖିବା ପାଇଁ ଉପଭୋକ୍ତାଙ୍କ ପାଇଁ ଏହି ନୂଆ ଫିଚର Kustomerକୁ କିଣିଛି ।

ପ୍ରଥ​‌ମେ ଏହି ଫିଚରକୁ ଏକ ଘରୋଇ କମ୍ପାନୀ ୭୧୦ ମିଲିୟନ ଡଲାରରେ କିଣିଥିଲା । ଏହା ପରେ ଫେସବୁକ ଏକ ବିଲିୟନ ଡଲାର (ଶହେ କୋଟି ଟଙ୍କା)ରେ ଏହାକୁ କିଣି ନେଇଛି । ଏହା ଫେସବୁକ୍ ବ୍ୟବସାୟର ଗ୍ରାହକଙ୍କ ପାଇଁ ଏକ ସେବା ପ୍ରଦାନକାରୀ ଭାବରେ କାର୍ଯ୍ୟ କରିବ । ତେବେ ଫେସବୁକ ସ୍ୱୟଂଚାଳିତ ଭାବରେ କଷ୍ଟୋମର ଡାଟା ବ୍ୟବହାର କରିବ ନାହିଁ । ଜଣେ ଉପଭୋକ୍ତା ଦେଖୁଥିବା ବିଜ୍ଞାପନକୁ ସୂଚନା ଦେବା ପାଇଁ ଫେସବୁକ୍ ବ୍ୟବସାୟୀମାନେ ସେମାନଙ୍କର ତଥ୍ୟକୁ ନିଜର ମାର୍କେଟିଂ ଉଦ୍ଦେଶ୍ୟରେ ବ୍ୟବହାର କରିବାର ବିକଳ୍ପ ପାଇବେ । ଯାହାକୁକି ଫେସବୁକ୍ ପୃଥକ ବିଜ୍ଞାପନ ସେବା ଅନ୍ତର୍ଭୁକ୍ତ କରିପାରେ ।

ସେହିଭଳି ଫେସବୁକ ମାଲିକାନାରେ ଥିବା ହ୍ବାଟ୍ସଆପରେ ପ୍ରାୟ ୫୦ ମିଲିୟନ ବ୍ୟବସାୟ ଏବଂ ୧୭୫ ମିଲିୟନ ଲୋକ ପ୍ରତିଦିନ ବ୍ୟବହାର କରନ୍ତି । ଏହି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାର କାରଣ ହେଉଛି ମେସେଜିଂ ଏକ ଉତ୍ତମ ସାମଗ୍ରିକ ଗ୍ରାହକ ଅଭିଜ୍ଞତା ପ୍ରଦାନ କରେ ଏବଂ ବ୍ୟବସାୟ ପାଇଁ ବିକ୍ରି ଉପାଦାନ ମଧ୍ୟ ବୃଦ୍ଧି କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.