Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||

ଗିରଫ ଭୟରେ ଗାତରେ ପଡି ମରିଗଲେ ଅଭିଯୁକ୍ତ

26/05/2020 at 6:41 PM

ଟାଙ୍ଗୀ୨୬/୫: ଗାତରେ ପଡି ଯୁବକଙ୍କ ମୃତ୍ୟୁ। ମିଳିଥିବା ସୂଚନା ଅନୁସାରେ ଗିରଫ ଭୟରେ ପୁଲିସଠାରୁ ଲୁଚି ରହୁଥିବା ଏହି ଅଭିଯୁକ୍ତର ମୃତ୍ୟୁ ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ବିରୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା ଗ୍ରାମର ଆଦିତ୍ୟ ମହାପାତ୍ର। ରାଇପଡା ଗାଁରେ କାଜୁ ଜଙ୍ଗଲ ବିବାଦ ଏବଂ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ମୃତ ଆଦିତ୍ୟ କିଛି ଦିନ ଧରି ଗାଁ ଛାଡି ଅନ୍ୟ ଗାଁରେ ଆତ୍ମଗୋପନ କରିଥିଲା । ଗତକାଲି ବିଳମ୍ବିତ ରାତ୍ରରେ ଏକ ପୋଲିସ ଟିମ୍ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ କରିଥିଲା । ମଙ୍ଗଳବାର ଏକ ପରିତ୍ୟକ୍ତ ଗର୍ତ୍ତରୁ ଆଦିତ୍ୟର ମୃତ ଦେହ ମିଳିଛି। ଅନ୍ୟପଟେ ଅଭିଯୁକ୍ତର ଆଦିତ୍ୟର ମୃତ୍ୟୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। କେଉଁ ପରିସ୍ଥିତି ଏବଂ କେମିତି ତାର ମୃତ୍ୟୁ ହେଲା ଏ ନେଇ ପୁଲିସ୍ ଛାନ୍‌ଭିନ୍ ଆରମ୍ଭ କରିଛି।

   Related Posts