ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ; କାନ୍ଥରେ ହତ୍ୟାର କାରଣ ଲେଖିଲେ ହତ୍ୟାକାରୀ

Published By : Prameya-News7 Bureau | January 30, 2019 IST

ଖୋର୍ଦ୍ଧା ୩୦|୧:  ଖୋର୍ଦ୍ଧା ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଘରେ ଶୋଇଥିବା ବେଳେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । । ଘଟଣାସ୍ଥଳରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":79681}

ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ସିମୋରରେ ସତ୍ୟବ୍ରତ ପାତ୍ର ନାମକ ଯୁବକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଯାଇଛି । ତେବେ ସତ୍ୟବ୍ରତ ଘରେ ଶୋଇଥିବା ବେଳେ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ଘରର କାନ୍ଥରେ ହତ୍ୟାର କାରଣ ମଧ୍ୟ ଲେଖି ଯାଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସତ୍ୟବ୍ରତ ତାଙ୍କୁ ନିର୍ଯାତନା ଦେଉଥିବା ହତ୍ୟାକାରୀ ଜଣକ ଲେଖିଛନ୍ତି । ତେବେ ଅଭିଯୁକ୍ତ ଯୁବକ ଜଣକ ହେଉଛନ୍ତି ଆଠଗଡ ଅଞ୍ଚଳର ନରେନ୍ଦ୍ର । ସେ ୨ ବର୍ଷ ହେଲା ସିମୋରରେ ରହି କାମ କରୁଥିଲେ । ହତ୍ୟାକାଣ୍ଡ ପରେ ସେ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ମେଡିକାଲକୁ ପଠାଇଛି । ତେବେ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.