Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||

ଯୁବକଙ୍କୁ ବୀଭତ୍ସ ହତ୍ୟା କରିବା ପରେ ହତ୍ୟାକାରୀ କାନ୍ଥରେ ଲେଖିଲା କାହିଁକି ହତ୍ୟା କରିଛି

30/01/2019 at 4:58 PM

ଖୋର୍ଦ୍ଧା ୩୦|୧: ଯୁବକଙ୍କୁ ବୀଭତ୍ସ ହତ୍ୟା । ଖୋର୍ଦ୍ଧା ସିମୋର ଗାଁରେ ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା । ମୃତକ ହେଲେ ସତ୍ୟବ୍ରତ ପାତ୍ର । ହତ୍ୟା ପରେ ଅଭିଯୁକ୍ତ କାନ୍ଥରେ ଲେଖିଛି ସେ କାହିଁକି ସତ୍ୟବ୍ରତ ହତ୍ୟା କରିଛି । ଚାଲନ୍ତୁ ଜାଣିବା ମର୍ଡର ପଛର କାହାଣୀ ।

 ମୃତକ ହେଲେ କଣ୍ଟାମଳିମ ଗାଁର ଗୋପାଳ ପାତ୍ରଙ୍କ ପୁଅ ସତ୍ୟବ୍ରତ । ସିମୋରେ ନୂଆ ଘର ତିଆରି କରୁଥିଲେ ସତ୍ୟବ୍ରତ । ଗତ ରାତିରେ ସେହି ଘରେ ଶୋଇଥିଲେ ସେ । ତାଙ୍କ ଘରେ କିଛି ଦିନ ହେବ ଆଠଗଡ଼ ଅଞ୍ଚଳର ନରେନ୍ଦ୍ର ରହି କାମ କରୁଥିଲା । ହେଲେ ନରେନ୍ଦ୍ର ଅନେକ ସମୟରେ ମଦ ପିଉଥିବାରୁ, ସତ୍ୟବ୍ରତ ଏହାକୁ ବିରୋଧ କରୁଥିଲେ ।

ଆଉ ଏଇ କଥାରୁ ଗତକାଲି ନରେନ୍ଦ୍ର ମୁଣ୍ଡକୁ ହାଠତ୍ ପିତ୍ତ ଚଢ଼ିଗଲା । ଟାଙ୍ଗିଆରେ ହାଣିଦେଲା ସତ୍ୟବ୍ରତଙ୍କୁ । ହତ୍ୟା ପରେ ଘର କାନ୍ଥରେ ମାରିବାର କାରଣ ଲେଖି ଫେରାର ହୋଇଯାଇଛି ସେ । ସତ୍ୟବ୍ରତ ତାକୁ ନିର୍ଯାତନା ଦେଉଥିଲେ ବୋଲି କାନ୍ଥରେ ଲେଖିଛି ନରେନ୍ଦ୍ର ।

ହତ୍ୟା ପରେ ମୃତ ସତ୍ୟବ୍ରତଙ୍କ ଘର କାନ୍ଦ ବୋବାଳିରେ ଫାଟୁଛି । ସେପଟେ ଘଟଣାର ଛାନଭିନ୍ ଆରମ୍ଭ କରିଛି ଆଦର୍ଶ ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ପରିବାରବର୍ଗ ଏବଂ ସ୍ଥାନୀୟ ଲୋକେ ।

   Related Posts