ବାନ୍ଦ୍ରା ଷ୍ଟେସନରେ ଏକାଠି ହୋଇଥିବା ଶ୍ରମିକଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୁକ୍ତ ଗିରଫ, ୧୦୦୦ ଲୋକଙ୍କ ବିରୋଧରେ FIR

Published By : Prameya-News7 Bureau | April 15, 2020 IST

ମୁମ୍ବାଇ ୧୫।୪: ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ବିଶାଳ ସମାବେଶ ମାମଲାରେ ପୋଲିସ ବିନୟ ଦୁବେ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ବିନୟ ଦୁବେଙ୍କୁ ନାଭି ମୁମ୍ବାଇ ପୋଲିସ ଗିରଫ କରି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଥିଲା । ଲକ୍ ଡାଉନ୍ ବେଳେ ବିନୟ ଦୁବେ ଲୋକଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ ହୋଇଛି ।

{"id":254327,"sizeSlug":"large"}

ବିନୟ ଦୁବେ 'ଚାଲ ଘରକୁ ଯିବା' ଅଭିଯାନ ଚଳାଉଥିଲେ । ଫେସବୁକରେ ସେୟାର କରିଥିବା ତାଙ୍କ ପୋଷ୍ଟରେ ସେ କହିଥିଲେ ଯେ ଟିମ୍ ବାନ୍ଦ୍ରାଠାରେ ରହିବା କଥା । ଏହି ମାମଲାରେ ପୋଲିସ ୧୦୦୦ ଲୋକଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି । ଆଇପିସିର ଧାରା ୧୧୭, ୧୫୩ଏ, ୧୮୮, ୨୬୯, ୨୭୦, ୫୦୫(୨) ଏବଂ ଏପିଡେମିକ୍ ଆକ୍ଟର ଧାରା ୩ ଅନୁଯାୟୀ ଦୁବେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

{"id":254329,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଏକାଠି ହୋଇଥିଲେ । ଏହି ସମସ୍ତ ଶ୍ରମିକମାନେ ଘରକୁ ଯିବା ପାଇଁ ଷ୍ଟେସନରେ ପହଞ୍ଚିଥିଲେ । ଲକ୍ ଡାଉନ୍ ଶେଷ ହେବ ବୋଲି ଶ୍ରମିକମାନେ ଆଶା କରିଥିଲେ । ସେମାନଙ୍କୁ ସେଠାରୁ ହଟାଇବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । ତେବେ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନଙ୍କୁ ସେଠାରୁ ହଟାଇ ଦିଆଯାଇଛି । ସାରା ଦେଶରେ ମେ ୩ ପର୍ଯ୍ୟନ୍ତ ଲକ୍ ଡାଉନ୍ ବୃଦ୍ଧି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.