ଚାଉଳିଆଗଞ୍ଜ ଥାନାରେ ଜଣେ ଅଭିଯୁକ୍ତ କରୋନା ପଜିଟିଭ୍, ସଂସ୍ପର୍ଶରେ ଆସିଥିବା କର୍ମଚାରୀ କ୍ବାରେଣ୍ଟାଇନ୍‌ରେ

Published By : Prameya-News7 Bureau | July 31, 2020 IST

କଟକ ୩୧।୭: ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଥିବା ଜଣେ ଅଭିଯୁକ୍ତ କରୋନା ପଜିଟିଭ । ତିନି ଦିନ ତଳେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତର ରିପୋର୍ଟ ପଜିଟିଭ ଆସିବା ପରେ ଥାନା ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀ ଏବେ ଭୟରେ ।

{"id":308092,"sizeSlug":"large"}

ଏକ ଡକାୟତି ଯୋଜନା ଘଟଣାରେ ଫେରାର ଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । ତେବେ ରିପୋର୍ଟ ପଜିଟିଭ ଆସିବା ପରେ ସଂପୃକ୍ତ ଅଭିଯୁକ୍ତ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ଡିସିପି କହିଛନ୍ତି । ଏଥିସହ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସ୍ବାବ୍ ପରୀକ୍ଷା କରାଯିବ ବୋଲି କହିଛନ୍ତି ଡିସିପି । ଏହା ପୂର୍ବରୁ ମେଡିକାଲ ଫାଣ୍ଡିର ଜଣେ ପୋଲିସ କର୍ମଚାରୀଙ୍କ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ପରବର୍ତ୍ତି ସମୟରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.