କଳାହାଣ୍ଡିରେ ନାବାଳିକା ଛାତ୍ରୀ ଦୁଷ୍କର୍ମ ମାମଲା ; ଅଭିଯୁକ୍ତ ଶିକ୍ଷକ ଗିରଫ

Published By : Prameya-News7 Bureau | December 22, 2018 IST

କଳାହାଣ୍ଡି ୨୨|୧୨: ସୈତାନ ସାର୍ ଗିରଫ । କଳାହାଣ୍ଡି ଜିଲ୍ଲା ଶିରିମସ୍କା ଆଦର୍ଶ ସ୍କୁଲର ପ୍ରଧାନ ଶିକ୍ଷକ ଗିରଫ । ବ୍ରହ୍ମପୁରରୁ ଅଭିଯୁକ୍ତ ବାଳକୃଷ୍ଣ ମହାପାତ୍ରଙ୍କୁ ଗରିଫ କରି ଭବାନୀପାଟଣା ଆଣିଛି କଳାହାଣ୍ଡି ପୋଲିସ । ଆଜି ତାଙ୍କୁ କୋର୍ଟ ଚାଲଣ କରାଯିବ । ଆବାସିକ ହଷ୍ଟେଲରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ସେ ଫେରାର ହୋଇଯାଇଥିଲେ । ପୋଲିସ ଅଭିଯୁକ୍ତ ସାର୍ ଙ୍କୁ ଗିରଫ କରିବା ପରେ ଶିରିମସ୍କା ସ୍କୁଲକୁ ଯାଇ ତଦନ୍ତ କରିଥିବା ସୂଚନା ମିଳିଛି । ସେପଟେ କଳାହାଣ୍ଡି ଜିଲ୍ଲାପାଳ ପରାଗ ହର୍ଷଦ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି.ଗଙ୍ଗାଧର ମଧ୍ୟ  ସ୍କୁଲକୁ ଯାଇ ତଦନ୍ତ କରିଛନ୍ତି । ଆଜି ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣା ସମ୍ପର୍କରେ ସୂଚନା ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.