ବଡବିଲ ଥାନାରେ ଅଭିଯୁକ୍ତର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Published By : Prameya-News7 Bureau | November 21, 2019 IST

ବଡବିଲ ୨୧।୧୧: ବଡବିଲ ଥାନାରେ ଅଭିଯୁକ୍ତର ଆତ୍ମହତ୍ୟା । ମୃତକ ସେଡିଂ ବସ୍ତିର ସୁରେଷ ନାଏକ । ତେବେ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ ।

{"id":187460,"sizeSlug":"large"}

ସୂଚନାଯେଗ୍ୟ ଯେ, ଗତ ୧୮ତାରିଖ ସନ୍ଧ୍ୟାରେ ବଡବିଲ ସେଡିଂ ବସ୍ତିର ସୁରେଷ ନାଏକକୁ ଉଠାଇନେଇଥିଲା ପୋଲିସ । ତେବେ ସୁରେଶ ବଡବିଲ ଥାନାରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା ପୋଲିସ । ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

{"id":187461,"sizeSlug":"large"}

ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ । ପୋଲିସ ଘଟଣାର ଅନୁଧ୍ୟାନ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.