Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଫିଲ୍ମ ଷ୍ଟାଇଲରେ ପୋଲିସ ବାଇକ ଧରି ଅଭିଯୁକ୍ତ ଚମ୍ପଟ : ୨ ପୋଲିସ ଅଧିକାରୀ ନିଲମ୍ବିତ, ଉଠୁଛି ଅନେକ ପ୍ରଶ୍ନ

11/10/2019 at 7:46 PM

ଉଦଳା୧୧|୧୦: ଫିଲ୍ମ ଷ୍ଟାଇଲରେ ପୋଲିସ ବାଇକ ଧରି ଅଭିଯୁକ୍ତ ଚମ୍ପଟ।  ମେଡିକାଲ ଟେଷ୍ଟ ପାଇଁ ଅଭିଯୁକ୍ତକୁ ପୋଲିସ ନେଇଥିଲା ଡାକ୍ତରଖାନାକୁ । ହେଲେ ଡାକ୍ତରଖାନାରୁ ଖୋଦ୍ ପୋଲିସର ବାଇକ୍ ଧରି ଚମ୍ପଟ ମାରିଲା ଅଭିଯୁକ୍ତ । ଆଉ ବାଇକଟିକୁ ଜଙ୍ଗଲରେ ଛାଡି ଉଭାନ ହୋଇଗଲା ।

ସକାଳୁ ସକାଳୁ ଜଙ୍ଗଲରୁ ମିଳିଲା ବାଇକ୍‌। ସେ ପୁଣି ପୋଲିସର ହ୍ବାଇଟ ପାଟ୍ରୋଲିଂ ବାଇକ୍‌। ଲୋକେ କାବା । ପୂରା ଘଟଣା ଦେଖିବା ବେଳକୁ ପୋଲିସକୁ ଫିଲ୍ମ ଷ୍ଟାଇଲେ ଚକ୍‌ମା ଦେଖାଇ ଚମ୍ପଟ ମାରିଛି ଅଭିଯୁକ୍ତ । ହସ୍ପିଟାଲକୁ ଟେଷ୍ଟ ପାଇଁ ନେଇଥିବା ବେଳେ ଅଭିଯୁକ୍ତ କୌଶଳ କରି ଖୋଦ୍ ପୋଲିସର ବାଇକ ନେଇ ହିଁ ଚମ୍ପଟ ମାରିଥିଲା ।

 ଗତ ରାତିରେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା କୁଜିଡିହିଠାରେ ଏକ ଦୁର୍ଘଟଣା ଘଟିଥିଲା । ପଶ୍ଚିମମେଦିନାପୁର ଅଞ୍ଚଳର ସଂଜୀବ ଜେନାକୁ ବାଇକ୍ ପାଟ୍ରୋଲିଂ ଟିମ୍ କୁଷ୍ଟା ହସ୍ପିଟାଲକୁ ନେଇଥିଲା। କିନ୍ତୁ ମେଡିକାଲ ଟେଷ୍ଟ ବେଳେ ଅଭିଯୁକ୍ତ ପୋଲିସର ବାଇକ୍ ଧରି ଚମ୍ପଟ ମାରିଥିଲା । ବାଇକଟିକୁ ଉଦଳା କଲେଜ ପାଖ ଜଙ୍ଗଲରେ ଛାଡି ଚାଲିଯାଇଥିଲା ସଞ୍ଜୀବ।

ଉଦଳା ପୋଲିସ ଘଟଣା ସ୍ଥଳରୁ ବାଇକଟିକୁ ଜବତ କରିଛି। ଏହି ଘଟଣାରେ ପାଟ୍ରୋଲିଂ ଦାୟିତ୍ବରେ ଥିବା ଶୂଳିଆପଦା ଏଏସଆଇ ସତ୍ୟନାରାୟଣ ବାରିକ, ହାବିଳଦାର ଦିପ୍ତେଂଶୁ ଦାସଙ୍କୁ ନିଲମ୍ବିତ କରାଯାଇଛି।…

ପ୍ରଶ୍ନ ଉଠୁଛି ପୋଲିସ ପାଖରୁ ବାଇକ ଅଭିଯୁକ୍ତ ପାଖକୁ ଗଲା କେମିତି । ବାଇକର ଚାବି ପୋଲିସ ପାଖରେ ଥିଲା ନା ବାଇକରେ ଲାଗିଥିଲା  । ଅଭିଯୁକ୍ତର ମେଡ଼ିକାଲ ଟେଷ୍ଟ ହେଉଥିବା ବେଳେ ପୋଲିସ ସେଠାରେ ଥିଲା ନା ନାହିଁ ।

   Related Posts