Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପୋଲିସ ବାବୁ ଚା’ ପିଉ ପିଉ ଚମ୍ପଟ ମାରିଲା ଅଭିଯୁକ୍ତ

27/07/2019 at 10:13 AM

ସୋନପୁର ୨୭|୭:  ଚା’ ପିଇବା ବେଳେ ଛୁ ମାରିଲା ଅଭିଯୁକ୍ତ । ଅଭିଯୁକ୍ତକୁ ଆଣିବା ସମୟରେ ପୋଲିସ ବାବୁ ଗାଡି ରଖି ଚା’ ପିଉଥିଲେ । ପୋଲିସ ବାବୁ ଚା’ ପିଉ ପିଉ ମଉକା ଦେଖି ଚମ୍ପଟ ହୋଇଯାଇଛି ଅଭିଯୁକ୍ତ ।

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ବ୍ଲକ୍ ଛକରେ ପୋଲିସ ଟିମ୍ ଅଭିଯୁକ୍ତ ବସିଥିବା ଗାଡିଟିକୁ ରାସ୍ତା କଡରେ ଥୋଇଦେଇ ଚା’ ପିଇବାକୁ  ଦୋକାନକୁ ଗଲେ  । ଏହାର ସୁଯୋଗ ନେଇ ହାତରେ ହାତକଡି ପଡିଥିବା ସତ୍ତ୍ବେ ଟାଟା ସୁମୋ ଗାଡି ପଛପଟୁ ଖସିଗଲା ଅଭିଯୁକ୍ତ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ପୋଲିସ ସମ୍ବଲପୁରରୁ ଇଲେକ୍ଟ୍ରି ତାର ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ଆଣି ଦେଓ ଗାଁ ନେଉଥିଲା । ହେଲେ ବାଟରେ ଏମିତି ଘଟଣା ଘଟିଲା ।

ଅଭିଯୁକ୍ତ ଜଣକ ହେଲେ ସମ୍ବଲପୁର ଗୁଣ୍ଡେରପୁର ଗାଁରୁ ଗୁଲୁଠୁ ଭରାସାଗର । ଦେଓଗାଁ ଆଇଆଇସି ଲୋକନାଥ ଭୋଇଙ୍କ ନେତୃତ୍ବରେ ଏକ ଚାରି ଜଣିଆ ପୋଲିସ ଟିମ୍ ଅଭିଯୁକ୍ତକୁ ଗିରଫ କରି ସୁବର୍ଣ୍ଣପୁର ବାଟ ଦେଇ ଦେଓଗାଁ ନେଉଥିଲେ  । ଗାଡି ପଛରେ ବସିଥିଲେ  ଅଭିଯୁକ୍ତକୁ ଚିହ୍ନଟ ପାଇଁ ଆସିଥିବା ଯୁବକ ପରମେ ଓ ଅଭିଯୁକ୍ତ ଗୁଲୁଠୁ । ଘଟଣା ପରେ ଦେଓଗାଁ ପୋଲିସ ସୁବର୍ଣ୍ଣପୁର ଛକ ଆଖ ପାଖରେ ଅଭିଯୁକ୍ତକୁ ଖୋଜାଖୋଜି କରିଥିଲା । ଅଭିଯୁକ୍ତକୁ ନପାଇବାରୁ ଖାଲି ହାତରେ ଦେଓଗାଁ ଫେରିଗଲା  ।

   Related Posts