ଜୋର ଜବରଦସ୍ତ ନାବାଳିକାକୁ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ, ଗର୍ଭବତୀ ହେବା ପରେ ମୁହଁ ଖୋଲିଲେ ପୀଡ଼ିତା..

Published By : Prameya-News7 Bureau | January 24, 2020 IST

ବାଗେଶ୍ବର୨୪/୧: ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ କଲା ପୋଲିସ୍। ନାବାଳିକାକୁ ଡ଼ରାଇ, ଧମକାଇ ଦୀର୍ଘ ୨ ବର୍ଷଧରି ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ। ଗିରଫ ପରେ ଅଭିଯୁକ୍ତକୁ ଅମ୍‌ଲୋଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ପୀଡ଼ିତାଙ୍କ ଡାକ୍ତର ମାଇନା ପରେ ଅଭିଯୁକ୍ତ ପଓ୍ବନ କୁମାରକୁ ପୋଲିସ୍‌ ଗିରଫ କରିଛି। ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାର ବାଗେଶ୍ବରରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।

ପୋଲିସ୍‌ର ସୂଚନା ମୁତାବକ ପିଥୌରାଗଡ଼ ଜିଲ୍ଳାର ବେରିନାଗ ଗାଁରେ ଅଭିଯୁକ୍ତ ପଓ୍ବନ କୁମାରର ଘର। ସେହି ଗାଁଠରୁ ମାତ୍ର ୮/୧୦ କିଲୋମିଟର ଦୂରରେ ଥିବା ବାଗେଶ୍ବର ଗାଁରେ ପୀଡ଼ିତାଙ୍କ ଘର। ଅଭିଯୁକ୍ତ ଦୁଷ୍କର୍ମ କରିବା ପରେ ଫେରାର୍ ହୋଇଯାଇଥିଲା। ଶୁକ୍ରବାର ଅର୍ଥାତ ଆଜି ପିଥୌରାଗଡ଼ ଜିଲ୍ଳାର ମଣ୍ଡଲସେରା ଅଞ୍ଚଳ ନିକଟରୁ ଅଭିଯୁକ୍ତ ପଓ୍ବନ କୁମାରକୁ ପୋଲିିସ୍ ଗିରଫ କରିଛି। ଭାରତୀୟ ପିଙ୍ଗଳ ଧାରା ୩୭୬, ୫୦୬ ଏବଂ ୫/୬ ଆଧାରରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଛି।

ପୀଡ଼ିତାଙ୍କ କହିବା ଅନୁସାରେ ୨୦୧୮ ମସିହାରୁ ଅଭିଯୁକ୍ତ ପଓ୍ବନ କୁମାର ନାବାଳିକାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖୁଥିଲା। ଏହି କଥା କାହା ପାଖରେ କହିଲେ ଜୀବନରୁ ମାରି ଦେବା ପାଇଁ ପୀଡ଼ିତାଙ୍କୁ ଅଭିଯୁକ୍ତ ଧମକ ଦେଉଥିଲା। ଦୁଷ୍କର୍ମରେ ଶିକାର ହୋଇଥିବା ନାବାଳିକା ଗର୍ଭବତୀ ହେବା ପରେ ମୁହଁ ଖୋଲି ଥିଲେ। ଏଥିସହ ପୀଡ଼ିତା ସବୁ ସତ କଥା କହି ଦେଇଥିଲେ। ପିଥୌରାଗଡ଼ ଜିଲ୍ଳାର ସ୍ଥାନୀୟ ଥାନାରେ ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଡ଼ାକ୍ତର ମାଇନା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.