Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ରାତିରେ ସ୍ତ୍ରୀକୁ ଟେକି ନେଲେ ଅଭିଯୁକ୍ତ: ନଣନ୍ଦ ଆଉ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ

15/06/2020 at 3:30 PM

ସାଲେପୁର୧୫/୬: ସ୍ତ୍ରୀକୁ ଜୋର ଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ ଅଭିଯୋଗ। ସ୍ବାମୀ, ନଣନ୍ଦ ଓ ଶ୍ବଶୂର ବିରୋଧ କରିବାରୁ ଅଭିଯୁକ୍ତ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ପୀଡିତା। ଏ ନେଇ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳର ସୁଧଖଣ୍ଡ ପଞ୍ଚାୟତର ସାଇଲୋ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଅଭିଯୁକ୍ତଙ୍କ ଆକ୍ରମଣରେ ପୀଡିତାଙ୍କ ନଣନ୍ଦ ଏବଂ ସ୍ବାମୀ ଗୁରୁତର ହୋଇଛନ୍ତି। ରାତିରେ ପୀଡିତାଙ୍କ ସ୍ବାମୀ ଶୋଇଥିବା ବେଳେ ଅଭିଯୁକ୍ତମାନେ ପୀଡିତା ମହିଳାଙ୍କୁ ଟେକି ନେଇ ଯାଇଥିଲେ। ତାଙ୍କ ସ୍ବାମୀଙ୍କ କହିବା ମୁତାବକ, ରାତିରେ ପୀଡିତା ମହିଳା ବାହାରକୁ ଉଠିଥିବା ବେଳେ ସୁଯୋଗ ଦେଖି ଅଭିଯୁକ୍ତମାନେ ତାଙ୍କୁ ଟେକି ନେଇଥିଲେ। ମିଳିଥିବା ସୂଚନା ମୁତାବକ, ସେହି ଗ୍ରାମର ଦୁଇ ଯୁବକ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ପୀଡିତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି।

ଦୁଷ୍କର୍ମ କରିବା ସମୟରେ ସ୍ବାମୀ ଓ ନଣନ୍ଦ ବିରୋଧ କରିଥିଲେ। ସେହି ସମୟରେ ଅଭିଯୁକ୍ତମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।ଏ ନେଇ କିଶନନଗର ଥାନାରେ ପୀଡିତାଙ୍କ ସ୍ବାମୀ ଓ ନଣନ୍ଦ ଅଭିଯୋଗ କରିଥିଲେ।ମିଳିଥିବା ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ପୋଲିସ୍ କାହାକୁ ଗିରଫ କରି ନାହିଁ। 

   Related Posts