Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ
  • ||
  • କାଳିଠୁ କୋଣାର୍କ ମନ୍ଦିର ବନ୍ଦ
  • ||
  • ଗ୍ୟାଙ୍ଗଷ୍ଚର ହାଇଦର ଗିରଫ ।। ତେଲେଙ୍ଗାନାରୁ ଗିରଫ କଲା ପୋଲିସ ।। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।। ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରୁ ହୋଇଯାଇଥିଲା ଫେରାର
  • ||
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||

ଜେଲରେ ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ରୂପେଶ ଭଦ୍ରଙ୍କୁ ମିଳୁଛି ରାଜକୀୟ ଚର୍ଚ୍ଚା

4/11/2019 at 11:31 AM

ଯାଜପୁର ୪/୧୧: ଯାଜପୁର ରଗଡି ଜେଲ୍ ରେ ରୂପେଶ ଭଦ୍ରଙ୍କ ଦରବାର । ଜେଲ୍ ରେ ରୂପେଶଙ୍କୁ ରାଜକୀୟ ଚର୍ଚ୍ଚାରେ ଆପ୍ୟାୟିତ କରାଯାଉଛି । ଏମିତି କିଛି ଅଭିଯୋଗ ଆସିଛି ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଗିରଫ ହୋଇ ଜେଲରେ ଥିବା ରୂପେଶ ଭଦ୍ରଙ୍କ ନାଁରେ ।

ରଙ୍ଗଶାଳା ଭଳି ଜେଲ୍ ରେ ବି କୁଆଡେ ଚାଲିଛି ରୂପେଶଙ୍କ ଦରବାର । ଖାଇବା ପାଇଁ ବାହାରୁ ଯାଉଛି ଖାଦ୍ୟ । ସହଯୋଗୀ ବି ଅବାଧରେ ଜେଲକୁ ପଶି ତାଙ୍କୁ ଭେଟୁଛନ୍ତି । ବହୁଚର୍ଚ୍ଚିତ ଯାଜପୁର ହରିଦଶାପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଗିରଫ ରୂପେଶଙ୍କୁ ନେଇ ଏଭଳି ଚର୍ଚ୍ଚା ଲାଗି ରହିଛି । ଗତକାଲି ରବିବାର ସତ୍ବେ ରୂପେଶଙ୍କ ପାଇଁ ରଗଡି ଜେଲ୍ ଫାଟକ ବେଶ୍ ଚଳଚଞ୍ଚଳ ହୋଇ ଉଠିଥିଲା । 

୧୩୮ କୋଟି ଜିଏସ୍ ଟି ଠକେଇ ଘଟଣାରେ ଗିରଫ ହୋଇ ଏହି ଜେଲରେ ଥିବା ରାମଚନ୍ଦ୍ର ମଲିକଙ୍କ ସହ ରୂପେଶଙ୍କୁ ସ୍ବତନ୍ତ୍ର କୋଠରିରେ ରଖାଯାଇଛି । ଅନ୍ୟ ବିଚାରଧୀନ କଏଦୀମାନଙ୍କୁ ଆତ୍ମୀୟମାନେ ଭେଟିବା ପାଇଁ ବହୁ କଟକଣା ଥିବାବେଳେ ରୂପେଶ ଓ ରାମଚନ୍ଦ୍ରଙ୍କ ପାଇଁ ସବୁ କୁଆଡେ ଢିଲା କରି ଦିଆଯାଇଛି ।

   Related Posts