ବେଙ୍ଗାଲୁରୁରେ ଓଡିଆ ଯୁବତୀଙ୍କୁ ଗୁଳି ମାଡ ଘଟଣାରେ ସନ୍ଦେହ ବଢିଲା : ଅଭିଯୁକ୍ତ ଅମରେନ୍ଦ୍ର ପଟ୍ଟନାୟକ ଗୁରୁତର ଅବସ୍ଥାରେ ଉଦ୍ଧାର, ଆତ୍ମହତ୍ୟା ପୂର୍ବରୁ ଦୁର୍ଘଟଣା !

Published By : Prameya-News7 Bureau | February 27, 2020 IST

ବେଙ୍ଗାଲୁରୁ ୨୭।୨: ବେଙ୍ଗାଲୁରୁରେ ଓଡିଆ ଯୁବତୀଙ୍କୁ ଗୁଳି ଘଟଣା ଆହୁରି ରହସ୍ୟମୟ ହୋଇଯାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅମରେନ୍ଦ୍ର ପଟ୍ଟନାୟକ ଫେରାର ହୋଇ ଯାଇଥିଲେ । କିନ୍ତୁ ତାଙ୍କୁ କିଛି ଘଣ୍ଟା ପରେ ଗୁରୁତର ଅବସ୍ଥାରେ ମରଥଲ୍ଲୀ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ତାଙ୍କ ପାଖରୁ ୧୭ପୃଷ୍ଠାର ଓଡିଆରେ ଲେଖାଥିବା ଏକ ଚିଠି ଉଦ୍ଧାର କରିଛି ପୋଲିସ । ଯେଉଁଥିରୁ ଜଣାପଡୁଛି ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ତେବେ ତାଆଗରୁ ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରାଯାଉଛି ।

ଗତ ୨୫ ତାରିଖ ସନ୍ଧ୍ୟାବେଳେ ଅଫିସରୁ ଫେରୁଥିବା ବେଳେ ଓଡ଼ିଆ ଝିଅ ଶୁଭଶ୍ରୀ ପ୍ରିୟଦର୍ଶିନୀଙ୍କୁ ଅମରେନ୍ଦ୍ର ପଟ୍ଟନାୟକ ଅତି ନିକଟରୁ ଗୁଳି କରିଥିଲା । ଗୁଳି ଶୁଭଶ୍ରୀଙ୍କର ପେଟରେ ବାଜିଥିଲା । ଶୁଭଶ୍ରୀ ଏବେ ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଏପର୍ଯ୍ୟନ୍ତ ଶୁଭଶ୍ରୀଙ୍କ ବୟାନ ରେକର୍ଡ କରିପାରିନାହିଁ । ଏପଟେ ତାଙ୍କୁ ଗୁଳି କରିଥିବା ଅମରେନ୍ଦ୍ର ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହେବା ପରେ ପୁରା ଘଟଣାରେ ସନ୍ଦେହ ବଢିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.