Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ବିହାରରେ ଏବେ ବି ଡନ୍‌ଙ୍କ ଦବଦବା: ଜେଡିୟୁ ଏବଂ ଆରଜେଡି ପ୍ରାର୍ଥୀ ତାଲିକାରେ ୧୧ ଗ୍ୟାଙ୍ଗଷ୍ଟାର ଓ ତାଙ୍କ ପତ୍ନୀ

14/10/2020 at 2:06 PM

ନୂଆଦିଲ୍ଲୀ ୧୪/୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପ୍ରର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ତେବେ ଏଥର ବିଭିନ୍ନ ଅପରାଧିକ ଅଭିଯୋଗରେ ସାମିଲ ଥିବା ଲୋକଙ୍କୁ ଟିକେଟ ମିଳିଛି। ଦଳର ଏଭଳି ନିଷ୍ପତ୍ତିକୁ ନେଇ ମଧ୍ୟ ବିବାଦ ଦେଖା ଦେଇଛି। ଏମାନଙ୍କ ବିରୋଧରେ ହତ୍ୟା, ନିର୍ଯ୍ୟାତନା ତଥା ବଳାତ୍କାର ଭଳି ସଙ୍ଗୀନ ଅପରାଧିକ ଅଭିଯୋଗ ରହିଛି। ତେବେ ଅକ୍ଟୋବର ୨୮ରେ ହେବାକୁ ଥିବା ପ୍ରଥମ ପର୍ଯାୟ ମତଦାନରେ ୧୧ଜଣ ଡନ ଓ ସେମାନଙ୍କ ପତ୍ନୀଙ୍କୁ ଟିକେଟ୍ ମିଳିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପି ଓ କଂଗ୍ରେସ ସହିତ ଆରଜେଡି ବା ଜେଡିୟୁ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।  ଆସନ୍ତୁ ଜାଣିବା ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କିଛି ଡନ ପ୍ରାର୍ଥୀଙ୍କ ସମ୍ପର୍କରେ…

ଅନନ୍ତ ସିଂହ ଓରଫ ଛୋଟେ ସରକାର: ସେ ଛୋଟେ ସରକାର ଭାବେ ବେଶ ଲୋକପ୍ରିୟ। ଅନନ୍ତ ସିଂହ ମୋକମ ଆସନରୁ ଆରଜେଡ଼ି ପାର୍ଥୀ ରହିଛନ୍ତି। ଏକେ୪୭ ରଖିଥିବା ଅଭିଯୋଗରେ ଜେଲରେ ଅଛନ୍ତି। ତାଙ୍କ ବିରୋଧରେ ୩୮ଟି ଅପରାଧିକ ମାମଲା ରୁଜୁ ହୋଇଛି। ଦିନେ ସିଂହ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରିୟପାତ୍ର ଥିଲେ। ତେବେ ଏ ଦୁହେଁ ୨୦୧୫ ବିଧାନସଭା ନିର୍ବାଚନରେ କିନ୍ତୁ ସଫଳ ହୋଇ ନ ଥିଲେ। ସେତେବେଳେ ଜେଡିୟୁ ଆରଜେଡ଼ି ସହ ମିଶିଥିଲା। ତେବେ ଏ ଦୁଇ ଦଳ ସରକାର ଗଠନ କରିବା ସମୟରେ ସିଂହ ଗିରଫ ହୋଇ ଥିଲେ। ଏବେ ଏ ଡନ୍ ଆରଜେଡ଼ି ଟିକେଟରେ ପ୍ରତିଦ୍ବନ୍ଦିତା କରୁଛନ୍ତି।

ତାଙ୍କ ପତ୍ନୀ ନିଲମ ଦେବୀ ସ୍ବାଧିୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କିନ୍ତୁ ସୂତ୍ରରୁ ଜଣାପଡ଼ିଛି ତାଙ୍କ ନାମାଙ୍କନ ଖାରାଜ କରାଯାଇଛି। ଦେବୀ ୨୦୧୯ରେ ଲୋକସଭା ନିର୍ବାଚନରେ ଆରଜେଡ଼ି ଟିକେଟରୁ ଲଢ଼ିଥିଲେ।

ସୁରେନ୍ଦ୍ର ଯାଦବ: ଅନ୍ୟତମ ଡନ ସୁରେନ୍ଦ୍ର ଯାଦବ ‘ମଗଧ ସମ୍ରାଟ’ ଭାବେ ଲୋକପ୍ରିୟ। ମାଓ ପ୍ରଭାବିତ ଇଲାକା ଗୟା ଓ ଔରଙ୍ଗାବାଦରେ ତାଙ୍କ ଖ୍ୟାତି ଅଧିକ। ଗୟାର ବେଳଗଞ୍ଜ ଆସନରୁ ଆରଜେଡ଼ି ଟିକେଟରୁ ଲଢ଼ୁଛନ୍ତି ସୁରେନ୍ଦ୍ର।

ସୁନୀଲ ପାଣ୍ଡେ: ଭୋଜପୁରୀ ଜିଲ୍ଲାର ତରାରୀ କ୍ଷେତ୍ରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ସୁନୀଲ ପାଣ୍ଡେ। ୨୦୧୨ରେ ସେ ଏକ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କ ପାଖରେ ଏକେ୪୭ ଥିବା ନେଇ ମଧ୍ୟ ଏନଆଇ ତାର ତଦନ୍ତ ଚଳାଇଛି। ବିଜେପି ତରାରି ପ୍ରାର୍ଥି ଦେବାରୁ ସେ ସ୍ବାଧୀନ ଭାବେ ଲଢ଼ିବାକୁ ବାଧ୍ୟ ହୋଇଛନ୍ତି। ମାତ୍ର ଏଲଜେପି କହିଛି ଏ ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବା ଦରକାର ନାହିଁ।

ରିତ ଲାଲ ଯାଦବ: ଏବେ ହିଁ ସେ ଜେଲରୁ ମୁକୁଳିଛନ୍ତି। ଦାନାପୁର ବିଧାନସଭା କ୍ଷେତ୍ରରୁ ସେ ଆରଜେଡ଼ି ପ୍ରାର୍ଥୀ ହୋଇଛନ୍ତି। ଜମି ହଡପ, ବଳାତ୍କାର ତଥା ହତ୍ୟା ଭଳି ଅନେକ ସଙ୍ଗୀନ ଅପରାଧର ସେ ଅଭିଯୁକ୍ତ।

ଅମରେନ୍ଦ୍ର ପାଣ୍ଡେ: ଗୋପଳଗଞ୍ଜର ଜେଡିୟୁର ସିଟିଂ ଏମଏଲଏ ରହିଛନ୍ତି ଅମରେନ୍ଦ୍ର ପାଣ୍ଡେ ଓରଫ ପପୁ ପାଣ୍ଡେ। ସେ ମଧ୍ୟ ତାଙ୍କ ଟିକେଟ୍ ବଜାୟ ରଖିଛନ୍ତି। ଗୋପାଳଗଞ୍ଜ ଟ୍ରିପଲ ମର୍ଡରରେ ସେ ଅଭିଯୁକ୍ତ।

ବୀଣା ସିଂହ: ବୈଶାଳୀ ଜିଲ୍ଲାର ମନହର ଆସନରୁ ଆରେଜଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୀଣା ସିଂହ। ସେ ପୂର୍ବତନ ସାଂସଦ ରାମ ସିଂହଙ୍କ ପତ୍ନୀ। ରାମଙ୍କ ବିରୋଧରେ ଏକାଧିକ ମାମଲା ରହିଛି। ଗତ ସପ୍ତାହରେ ସେ ଆରଜେଡ଼ିରେ ଯୋଗ ଦେଇଛନ୍ତି। ତେବେ ବରିଷ୍ଠ ଆରଜେଡ଼ି ନେତା ରଘୁବଂଶ ପ୍ରସାଦ ଯାଦବ ରାମଙ୍କ ଦଳରେ ଯୋଗ ଦେବାକୁ ବିରୋଧ କରିଥିଲେ। ୨୦୧୯ରେ ଏଲଜେପି ମଧ୍ୟ ରାମ ସିଂହଙ୍କୁ ଟିକେଟ ଦେବାକୁ ମନା କରିଥିଲା। ସେତେବେଳେ ସେହି କ୍ଷେତ୍ରରୁ ନିର୍ବାଚନ ଲଢ଼ୁଥିଲେ ତେଜସ୍ବୀ ଯାଦବ ।

ବିଭା ଦେବୀ: ପୂର୍ବତନ ଏମଏଲଏ ରାଜ ବଲ୍ଲଭ ଯାଦବଙ୍କ ସ୍ତ୍ରୀ ବିଭା ଦେବୀଙ୍କୁ ଆରଜେଡ଼ି ଟିକେଟ୍ ଦେଇଛି। ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଘଟଣାରେ ସେ ଜେଲ ଯାଇଥିଲେ। ଏହା ବାଦ୍ ଅନ୍ୟ ଅପରାଧିକ ମାମଲା ତାଙ୍କ ନାଁରେ ରହିଛି। ଦିନେ ତାଙ୍କୁ ଆରଜେଡ଼ିର ‘ମନି ବ୍ୟାଗ’ କୁହାଯାଉ ଥିଲା। ୨୦୧୬ରେ ତାଙ୍କୁ ଦଳରୁ ବାହାର କରାଯାଇଥିଲା।

ମନୋରମା ଦେବୀ: ଜେଡ଼ିୟୁ ବିନ୍ଦି ଯାଦବଙ୍କ ସ୍ତ୍ରୀ ମନୋରମା ଦେବୀଙ୍କୁ ମଧ୍ୟ ଜେଡିୟୁ ନିର୍ବାଚନ ପାଇଁ ଟିକେଟ ଦେଇଛି। ହତ୍ୟା ଆଦି ମାମଲାରେ ସେ ଏବେ ଜେଲରେ। ତାଙ୍କ ପୁଅ ରକେଟ୍ ଯାଦବଙ୍କୁ ଆଜୀବନ ଜେଲ ଦଣ୍ଡ ହୋଇଛି।

ଲଭଲି ଆନନ୍ଦ: ସହର୍ସା ବିଧାନସଭା କ୍ଷେତ୍ରରୁ ଡନ୍ ଆନନ୍ଦ ମୋହନଙ୍କ ପତ୍ନୀକୁ ଆରଜେଡ଼ି ଟିକେଟ୍ ଦେଇଛି। ୧୯୯୪ରେ ଆଇଏସ ଅଫିସର ଜି କ୍ରୀଷନିଆହଙ୍କ ହତ୍ୟାର ସେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଏହି ହତ୍ୟା ମାମଲାରେ ତାଙ୍କୁ ଆଜୀବନ ଜେଲ ଦଣ୍ଡ ହୋଇଛି। ତାଙ୍କ ପୁଅ ଚେତନ ଆନନ୍ଦ ମଧ୍ୟ ଆରଜେଡ଼ି ଟିକେଟରୁ ଲଢ଼ୁଛନ୍ତି।

   Related Posts