ପଣ୍ଡିତ ଜିତୁ ଦାଶଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ କରି ଟଙ୍କା ଆଦାୟ ଅଭିଯୋଗ, ଥାନାର ଦ୍ବାରସ୍ଥ ହେଲେ ପ୍ରବଚକ

Published By : Prameya-News7 Bureau | August 03, 2021 IST

ଆନନ୍ଦପୁର ୦୩/୦୮ : ପ୍ରବଚକଙ୍କ ନାଁରେ ଫେକ୍‌ ଫେସବୁକ୍‌ ଆକାଉଣ୍ଟ ଖୋଲି ଦେଖାଉଛନ୍ତି ବିଭିନ୍ନ ଆଳ ଏବଂ ମାଗୁଛନ୍ତି ଟଙ୍କା ।  ଆନନ୍ଦପୁର ଅଞ୍ଚଳର ଜଣାଶୁଣା ପ୍ରବଚକ ଜିତୁ ଦାଶଙ୍କ ନାଁରେ ଖୋଲାଯାଇଛି ଫେକ୍‌ ଫେସବୁକ ଆକାଉଣ୍ଟ । ଗୋଟିଏ କି ଦୁଇଟି ନୁହେଁ ଚାରି ଚାରିଟି ଆକାଉଣ୍ଟ ଖୋଲି ଟଙ୍କା ଆଦାୟ କରୁଛନ୍ତି ଦୃର୍ବୁତ୍ତ । ଗତ କିଛିଦିନ ମଧ୍ୟରେ ଝାଡଖଣ୍ଡ , ଭୂବନେଶ୍ବର ସମେତ କେତେକ ଅଞ୍ଚଳର ଲୋକମାନେ ଟେଲିଫୋନ କରି ନିଜ ନିଜ ଜନ୍ମ ଜାତକ ବିଷୟରେ ଜାଣିବାକୁ ତାଙ୍କୁ ଟଙ୍କା ଦେଇଥିବା ଦାବି କରିବାରୁ ଏହି ଘଟଣା ପଦାକୁ ଆସିଥିଲା ।

ତେବେ ପ୍ରବଚକ ଜିତୁ ଦାଶଙ୍କ ନିକଟକୁ ଏପରି ଫୋନ କଲ ଆସିବା ପରେ ଘଟଣା ସାମ୍ନାକୁ ଆସିଥିଲା । ତାଙ୍କ ନାଁ ରେ କିଛି ଦୃର୍ବୁତ୍ତ ଫେକ୍ ଫେସବୁକ ଆକାଉଣ୍ଟ ଖୋଲି ମେସେଞ୍ଜର ଜରିଆରେ ଟଙ୍କା ଆଦାୟ କରୁଥିବା ଜାଣିବାକୁ ପାଇଥିଲେ । କେବଳ ଏତିକି ନୁହଁ ଜିତୁ ଦାଶଙ୍କ ଫଟୋକୁ ଜୋଡି ୟୁଟ୍ୟୁବ୍‌ରେ ଅଶାଳୀନ ମନ୍ତବ୍ୟ ଭିଡିଓ ପୋଷ୍ଟ କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏ ନେଇ ଘଷିପୁରା ଥାନାରେ ମାମଲା ରୁଜୁ କରିଛନ୍ତି ପଣ୍ଡିତ ଜିତୁ ଦାଶ ।

ଜିତୁ ଦାଶ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ସେ କେବେ କାହାଠାରୁ ଟଙ୍କା ନିଅନ୍ତି ନାହିଁ । ଏହା ସହିତ ସେ ​‌ଲୋକମାନଙ୍କୁ ଅପିଲ କରି କହିଛନ୍ତି ଯେ, ଯଦି କହି ତାଙ୍କ ନାଁରେ ଏଭଳି ଟଙ୍କା ମାଗୁଛନ୍ତି ତେବେ ସେମାନଙ୍କ ଠାରୁ ଦୂରରେ ରୁହନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.