Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ସିରିୟଲ କିଲର ଡାକ୍ତର: ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା କରି କୁମ୍ଭୀର ଆଗରେ ଫିଙ୍ଗି ଦେଉଥିଲା, ଏକାଧିକ ଲୋମଟାଙ୍କୁରା ହତ୍ୟାକାଣ୍ଡର ଖୋଲିଲା ଗୁମର

30/07/2020 at 5:11 PM

ନୂଆଦିଲ୍ଲୀ ୩୦।୦୭: ଆପଣ ଜଣେ ଡାକ୍ତରଙ୍କଠୁ କଣ ଆଶା କରନ୍ତି ? ଆପଣ ଭାବିବେ ଏହା କେଉଁ ପ୍ରକାର ପ୍ରଶ୍ନ। ଆପଣ କହିବେ ଡାକ୍ତର ହେଉଛନ୍ତି ଦୁନିଆର ଦ୍ଵିତୀୟ ଭଗବାନ। ମାତ୍ର ଏମିତି ଜଣେ ଡାକ୍ତର ଅଛନ୍ତି ଯିଏ ଭଗବାନ ନୁହେଁ ପିଶାଚଠୁ ବି ହୀନ। ଏହି ଡାକ୍ତର ପୋଲିସ ସାମ୍ନାରେ ସ୍ଵୀକାର କରିଛି ସେ ୫୦ ଜଣଙ୍କୁ ହତ୍ୟା କରିବା ପରେ ଶିକାର ଗଣିବା ଛାଡି ଦେଇଥିଲେ। ଡାକ୍ତର ନିଜର ସାଥୀଙ୍କ ସହ ମିଶି ଡର୍ଜନ ଟ୍ୟାକ୍ସି ଚାଳକଙ୍କୁ ହତ୍ୟା କରି ଶବଗୁଡିକୁ ଉତ୍ତର ପ୍ରଦେଶର କାସଗଞ୍ଜ ସ୍ଥିତ ଜି ହଜାର ନାଳରେ କୁମ୍ଭୀର ଆଗରେ ଫିଙ୍ଗି ଦେଉଥିଲା। ଏହି ଡାକ୍ତର ହେଉଛନ୍ତି ଉତ୍ତର ପ୍ରଦେଶର ଅଲିଗଢ ଜିଲ୍ଲା ସ୍ଥିତ ପୁରୁାଣ ଗାଁର ନିବାସୀ ଦେବେନ୍ଦ୍ର ଶର୍ମା। ୬୨ ବର୍ଷୀୟ ଦେବେନ୍ଦ୍ର ବିଏଏମଏସ ଡିଗ୍ରୀଧାରୀ। ଦିଲ୍ଲୀ ପୋଲିସର ଅପରାଧ ଶାଖାର ଟିମ୍ ହତ୍ୟାର ଏକ ମାମଲାରେ ପାରୋଲ ଅବଧି ସରିବାର ଛଅ ମାସ ପରେ ଏହି ଡାକ୍ତରଙ୍କ ଗିରଫ କରିଛନ୍ତି।

ଦେବେନ୍ଦ୍ର ଦିଲ୍ଲୀ ଓ ପଡୋଶୀ ରାଜ୍ୟରେ ୫୦ରୁ ଅଧିକ ଟ୍ରକ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା କରିଛି। ଏହି ଆୟୁର୍ବେଦିକ ଡାକ୍ତରଙ୍କୁ ବପରୋଲା ଅଞ୍ଚଳରୁ ଗିରଫ କରାଯାଇଛି। ସେ ପାରୋଲରୁ ବାହାରକୁ ଆସି ଫେରାର ହୋଇ ଯାଇଥିଲା ଏବଂ ବପରୋଲା ଅଞ୍ଚଳରେ ରହୁଥିଲା। ପୋଲିସ୍ ଦାବି କରିଛି ଡାକ୍ତର ସମ୍ଭବତଃ ୧୦୦ରୁ ଅଧିକ ହତ୍ୟା ମାମଲାରେ ସଂଶ୍ଳୀଷ୍ଟ ରହିଛି। ବାସ୍ତବରେ ଏହି ସଂଖ୍ୟା କେତେ ହେବ ଦିଆଯାଇ ନାହିଁ। କାରଣ ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା ଓ ରାଜସ୍ଥାନରେ ତା ବିରୋଧରେ ରୁଜୁ ମାମଲାରେ ସମ୍ବନ୍ଧିତ ରାଜ୍ୟର ପୋଲିସ ତଦନ୍ତ ଚଳାଇଛନ୍ତି।

ପୋଲିସ୍ କହିଛି ଶର୍ମା ଅପହରଣ ଓ ହତ୍ୟାର ଅନେକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉତ୍ତର ପ୍ରଦେଶର ନକଲି ଗ୍ୟାସ୍ ଏଜେନ୍ସି ଚଳାଉଥିବା ମାମଲାରେ ତାଙ୍କୁ ଦୁଇ ଥର ଗିରଫ କରାଯାଇଛି। କେବଳ ଏତିକି ନୁହେଁ କିଡନୀ ବିକ୍ରି ରାକେଟ୍ ଚଳାଇବା ମାମଲାରେ ସେ ଅନେକ ରାଜ୍ୟରେ ଜେଲ୍‌ ଯାଇଛନ୍ତି। କ୍ରାଇମର ଡିସିପି ପଭେରିଆ କହିଛନ୍ତି, ଏହା ପୂର୍ବରୁ ସେ ମୋହନ ଗାର୍ଡେନରେ ରହୁଥିଲା ଓ ସେଠାରୁ ବପରୋଲା ଚାଲି ଯାଇଥିଲା। ସେଠାରେ ସେ ଜଣେ ବିଧବାଙ୍କୁ ବିବାହ କରିଥିଲା ଏବଂ ପ୍ରପୋଟି କାରବାର କରୁଥିଲା। ସୂଚନା ମିଳିବା ପରେ ଆମର ଟିମ୍ ସେଠାରେ ପହଞ୍ଚି ତାକୁ ଗିରଫ କରିଛି।

ବିହାରରେ ସିଓ୍ଵାନରୁ ବିଏଏମଏସରୁ ଡିଗ୍ରୀ ହାସଲ କରିବା ପରେ ସେ ଜୟପୁରରେ ନିଜର କ୍ଲିନିକ୍ ଚଳାଉଥିଲେ। ୧୯୯୨ରେ ସେ ଗ୍ୟାସ୍ ଡିଲରସିପ ଯୋଜନାରେ ୧୧ ଲକ୍ଷ ଟଙ୍କା ନିବେଶ କରିଥିଲା, ହେଲେ ତାଙ୍କୁ ଏଥିରେ କ୍ଷତି ସହିବାକୁ ପଡିଥିଲା। ଏହା ପରେ ୧୯୯୫ରେ ଅଲିଗଢର ଛାରା ଗାଁରେ ନକଲି ଗ୍ୟାସ୍ ଏଜେନ୍ସି ଆରମ୍ଭ କରିଥିଲେ ଏବଂ ପରେ ଅପରାଧିକ ଗତିବିଧିରେ ସାମିଲ ହୋଇଯାଇଥିଲେ।

ଲୁଟୁଥିଲା ଟ୍ରକ

ଡିସିପି କହିଛନ୍ତି ତାର ସହଯୋଗୀ ଏଲପିଜି ସିଲିଣ୍ଡର ପରିବହନ କରୁଥିବା ଟ୍ରକକୁ ଲୁଟୁ ଥିଲେ ଏବଂ ଡ୍ରାଇଭରକୁ ହତ୍ୟା କରୁଥିଲେ। ଏହା ପରେ ନିଜର ଗ୍ୟାସ୍ ଏଜେନ୍ସି ପାଇଁ ଟ୍ରକରୁ ମନ ଇଚ୍ଛା ଗ୍ୟାସ୍‌ ଓହ୍ଲାଇ ଦେଉଥିଲେ। ଅଧିକାରୀ କହିଛନ୍ତି ୧୯୯୪ରେ ସେ କିଡନୀ ପ୍ରତ୍ୟାରୋପଣ ରାକେଟ୍‌ର ଆନ୍ତଃରାଜ୍ୟ ରାକେଟ୍‌ରେ ସାମିଲ ହୋଇ ଯାଇଥିଲା। ଏହି କ୍ରମରେ ୨୦୦୪ରେ ଗୁଡଗାଓଁ କିଡନୀ ରାକେଟ୍ ମାମଲାରେ ଅନ୍ୟ ଡାକ୍ତରଙ୍କ ସେ ଗିରଫ ହୋଇଥିଲା।

   Related Posts