Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କାଠ ଚୋରୀ ସନ୍ଦେହରେ ଉଠାଇ ଆଣିଥିଲେ ବନ ବିଭାଗ କର୍ମଚାରୀ

13/10/2020 at 5:02 PM

ଟାଙ୍ଗୀ ୧୩।୧୦: ବାଣପୁର ଜଙ୍ଗଲରୁ କାଠ ଚୋରୀ ସନ୍ଦେହରେ ବନ ବିଭାଗ କର୍ମଚାରୀମାନେ ଜଣେ ଅଭିଯୁକ୍ତକୁ ଉଠାଇ ଆଣିଥିଲେ । ସଂପୃକ୍ତ ଅଭିଯୁକ୍ତର ମୃତ୍ୟୁ ହୋଇଛି । ମୃତକ ଜଣକ ନୟାଗଡ଼ ଜିଲ୍ଲା ଶରଣକୂଳ ଅଞ୍ଚଳର ଟିକି ବେହେରା ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜ ବାଣପୁର ନିଳାଦ୍ରୀପ୍ରସାଦ ଜଙ୍ଗଲ ମଧ୍ୟରୁ ଯୁବକକୁ କାଠ ଚୋର ସନ୍ଦେହରେ ବନ ବିଭାଗ କର୍ମଚାରୀମାନେ ଉଠାଇ ନେଇଥିଲେ । ତେବେ ମଙ୍ଗଳବାର ସକାଳୁ ଯୁବକଙ୍କୁ ଚିକିତ୍ସା ପାଇଁ ବାଣପୁର ମେଡିକାଲକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ଅଭିଯୁକ୍ତ ଟିକି ବେହେରାକୁ ମୃତ ଘୋଷଣା କରିଛନ୍ତି । ବାଣପୁର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଯୁବକ ଜଣଙ୍କ ରାତିରେ କ’ଣ କରିଲେ ଯେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିବାକୁ ପଡିଲା ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

   Related Posts