ଦୁଇ ଅପରାଧୀ ମଧ୍ୟରେ ଗଣ୍ଡଗୋଳ, ଛୁରା ମାଡରେ ଜଣେ ମୃତ

Published By : Prameya-News7 Bureau | October 24, 2020 IST

ସାନଖେମୁଣ୍ଡି ୨୪।୧୦: ଦୁଇ ଅପରାଧୀଙ୍କ ମଧ୍ୟରେ ଗଣ୍ଡଗୋଳ । ଜଣେ ଅପରାଧୀର ଛୁରା ମାଡରେ ଅନ୍ୟ ଜଣେ ଅପରାଧୀର ମୃତ୍ୟୁ ହୋଇଛି । ମୃତ ଅପରାଧୀ ହେଲେ ବଚନ ସ୍ବାଇଁ । ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନରୁ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । କଙ୍ଗାରୁ ଭୂୟାଁ, ବଚନ ସ୍ବାଇଁକୁ ଛୁରି ଭୁସୀ ହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲ ଆଣିବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଅଭିଯୁକ୍ତ କଙ୍ଗାରୁ ହତ୍ୟା ମାମଲାରେ ଗିରଫ ହୋଇ ସଜା କାଟୁଥିଲେ । ବଚନ ସ୍ବାଇଁ ମଧ୍ୟ ଜଣେ ପୁରୁଣା ଅପରାଧୀ ଭାବେ ପରିଚିତ । ଦୀର୍ଘ ଦିନ ଧରି କଙ୍ଗାରୁ ଭୂୟାଁ ଏବଂ ବଚନ ସ୍ବାଇଁ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.